ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲାସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଯାପିତ ବିଧାୟକ ମାନଙ୍କ ଅନୁପସ୍ଥିତି, ଦର୍ଶକ ଅଭାବରୁ ଚେୟାର ଫାଙ୍କା

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଯୁବଶକ୍ତି ଉତ୍ସବ କାର୍ଯ୍ୟକ୍ରମ ଅବସରରେ ହିଞ୍ଜିଳିକାଟୁରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅବ୍ୟବସ୍ଥା ମଧ୍ୟରେ ଗୁରୁବାର ଉଦଯାପିତ ହୋଇଛି । ଗତ ରବିବାର ଠାରୁ ୫ ଦିନ ବ୍ୟାପି ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ସମେତ ଆଲପୁର ଓ ସମରଝୋଳ ଖେଳ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଂସଦ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଛି ।

 

ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମ ତଥା ପୁରସ୍କାର ବିତରଣ ଉତ୍ସବ ବିଡ଼ିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶନୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।‌ ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ସୁନିଲ୍ କୁମାର ଗନ୍ତାୟତ, ଏଡିଏମ ଦେବବ୍ରତ ପଣ୍ଡା,

ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ, ବିଜେପି ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ବାଇଁ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ଅତିରିକ୍ତ ତହସିଲଦାର ସୁରଜ କୁମାର ନାୟକ ବେହେରା, ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାଶ, ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ଦ୍ଵାରା ପୁରସ୍କୃତ କରିଥିଲେ ।

Exit mobile version