ଓଡ଼ଗାଁ ସାମ୍ବାଦିକ ମାନଙ୍କର ବାର୍ଷିକ ବନ୍ଧୁମିଳନ ଉତ୍ସବ

ଓଡ଼ଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସାମ୍ବାଦିକ ସଂଘର ସମସ୍ତ ସମଭାବାପନ୍ନ ସାମ୍ବାଦିକ ମାନଙ୍କୁ ନେଇ ବୁଧବାର ଦିନ ମହାସମାରୋହରେ ବନ୍ଧୁ ମିଳନ ଉତ୍ସବ ପୁରୀ -କୋଣାର୍କ ରାସ୍ତା ପାର୍ଶ୍ବରେ ଥିବା ମା’ ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସାମ୍ବାଦିକ ସପରିବାର ସହିତ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣଭାବରେ ସପରିବାର ହସଖୁସି, ନାଚଗୀତ, ଢଗଢମାଳି, ପଦ୍ୟାନ୍ତ ଓ କୌତୁହଳ ପୂର୍ଣ୍ଣ ଗଳ୍ପ କବିତା ଆବୃତ୍ତି କରାଯାଇଥିଲା ।

ତତ୍ ସହିତ କାକଟପୁର ମା ‘ମଙ୍ଗଳା, ଅର୍କକ୍ଷେତ୍ର କୋଣାର୍କର ସୁନ୍ଦର କାରୁକାର୍ଯ୍ୟ, ଚନ୍ଦ୍ରଭାଗା ର ପ୍ରାକୃତିକ ସୌନ୍ଦର୍ଯ୍ୟ,ମା’ରାମଚଣ୍ଡୀଙ୍କୁ ଦର୍ଶନ କରିବା ସହିତ ବିଶାଳ କାୟ ମାଛ କଣ୍ଟା ପର୍ଯ୍ୟବେକ୍ଷଣ, ପଞ୍ଚମୁଖୀ ହନୁମାନ ପୀଠ, ବାବା ବାଲି-କପିଳେଶ୍ଵରଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ସମସ୍ତେ ଏକତ୍ରିତ ହୋଇ ଭୋଜିଭାତର ମଜ୍ଜା ନେଇଥିଲେ ।

ଭୋଜନ ଅନ୍ତେ ପୁରୀ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରିବା ପରେ ଶେଷରେ ଶ୍ରୀ ମନ୍ଦିରରେ ପ୍ରବେଶ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରି ହସ ଖୁସିରେ ସ୍ବ ସ୍ବ ଗୃହ କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଫଳରେ ସମସ୍ତଙ୍କ ମୁହଁରେ ହସର ସମ୍ଭାର ପରିସ୍ଫୁଟ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Exit mobile version