ଫିଟନେସ୍ ଏବଂ ସାମୁହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍

ଖୋର୍ଦ୍ଧା-ଜଟଣୀ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି”ଖୋର୍ଧା ରୋଡ୍ ହାଫ୍ ମାରାଥନ୍ ଭୁବନେଶ୍ୱର-୨୦୨୬”ର ଆଗାମୀ ଦ୍ୱିତୀୟ ସଂସ୍କରଣ ସମ୍ବନ୍ଧରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା) ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା ୧ ଫେବୃଆରୀ ୨୦୨୬ରେ ଆଇଆଇଟି ଭୁବନେଶ୍ୱର ସହଯୋଗରେ ଆୟୋଜିତ ହେଉଅଛି ।

ସାମ୍ବାଦିକ ସମ୍ମିଳନୀ ସମୟରେ ମଣ୍ଡଳ ରେଳ ପ୍ରବନ୍ଧକ ସୂଚନା ଦେଇ କହିଛନ୍ତି ଯେ ଏହି ପ୍ରମୁଖ କ୍ରୀଡା ଇଭେଣ୍ଟର ଲକ୍ଷ୍ୟ ନାଗରିକ ମାନଙ୍କ ମଧ୍ୟରେ ଏକ ସୁସ୍ଥ ଜୀବନ ଶୈଳୀକୁ ଉତ୍ସାହିତ କରିବା ସହିତ ଫିଟନେସ୍, ସୁସ୍ଥତା ଏବଂ ସାମୁହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ।

ଏହି ଅବସରରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ତଥା କ୍ରୀଡା ଅଧିକାରୀ ଶ୍ରୀ ଅନିଲ କୁମାର ଏସ୍ ଏବଂ ମଣ୍ଡଳ ମେକାନିକାଲ୍ ଇଞ୍ଜିନିୟର (କୋଚିଂ)ତଥା ସହକାରୀ କ୍ରୀଡା ଅଧିକାରୀ ଶ୍ରୀ ମନୀଷ କୁମାର ମୀନା, ଏମ ଡି ଜାକିରୁଦ୍ଦିନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ବିବରଣୀ ସମ୍ବନ୍ଧରେ ଆଲୋକପାତ କରାଇଥିଲେ ।

ଏହି ମାରାଥନରେ ଚାରୋଟି ଦୌଡ଼ ବର୍ଗ ରହିବ -୨୧.୧ କି.ମି. ହାଫ୍ ମାରାଥନ୍,୧୦ କି.ମି. ହାଫ୍ ମାରାଥନ୍,୫ କି.ମି. ମଜା ଦୌଡ଼ ଏବଂ ୨ କି.ମି. ପାରିବାରିକ ଦୌଡ଼ ଅନ୍ତର୍ଭୁକ୍ତ ଯାହା ଦେଶର ବିଭିନ୍ନ ପ୍ରାନ୍ତରୁ ବୃତ୍ତିଗତ ଦୌଡ଼କୁଦ ଖେଳାଳୀ, ରେଳ କର୍ମଚାରୀ, ଛାତ୍ର,ଛାତ୍ରୀ, ପରିବାର ଏବଂ ଫିଟନେସ୍ ଉତ୍ସାହୀମାନଙ୍କୁ ଉତ୍ସାହିତ କରିବ । ୨୧.୧କିମି ଏବଂ ୧୦ କିମି ହାଫ୍ ମାରାଥନ୍ ସମୟସୀମା ଅନୁଯାୟୀ ହେବ ଯାହା ପ୍ରମାଣିତ ଚିପ୍-ଆଧାରିତ ସମୟ ପ୍ରଣାଳୀ ସହିତ ପରିଚାଳିତ ହେବ ।

ଏହି ଇଭେଣ୍ଟ ଇକୋର୍ସା କ୍ରିକେଟ୍ ଷ୍ଟାଡିୟମ, ଖୋର୍ଦ୍ଧା ରୋଡରେ ଆରମ୍ଭ ହୋଇ ଏକ ସୁନ୍ଦର ଏବଂ ସୁରକ୍ଷିତ ମାର୍ଗ ସହିତ ଆଇଆଇଟି ଭୁବନେଶ୍ୱର ମାର୍ଗ ଦେଇ ଗତି କରିବ ଏବଂ ବ୍ରହ୍ମପୁରାରେ ଏକ ୟୁ’ଟର୍ନ ନେଇ ପୁନର୍ବାର ଷ୍ଟାଡିୟମକୁ ଫେରି ଶେଷ ହେବ । ଅଂଶ ଗ୍ରହଣକାରୀଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଟ୍ରାଫିକ୍ ପରିଚାଳନା, ହାଇଡ୍ରେସନ୍ ଷ୍ଟେସନ୍,

ଚିକିତ୍ସା ସୁବିଧା ଏବଂ ସ୍ୱେଚ୍ଛାସେବୀ ସହାୟତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯିବ । ୨୧.୧ କିମି ଏବଂ ୧୦ କିମି ବର୍ଗରେ(ପୁରୁଷ ଏବଂ ମହିଳା) ବିଜେତା ମାନଙ୍କୁ ମୋଟ ୨.୩୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସମସ୍ତ ପଞ୍ଜିକୃତ ଅଂଶ ଗ୍ରହଣକାରୀ ପ୍ରିମିୟମ୍ ଇଭେଣ୍ଟ ଟି-ସାର୍ଟ, ଫିନିସର୍ ପଦକ, ରିଫ୍ରେଶମେଣ୍ଟ୍, ଇ-ସାର୍ଟିଫିକେଟ୍ ଏବଂ ବୃତ୍ତିଗତ ଦୌଡ଼ ଫଟୋଗ୍ରାଫ୍ ପାଇବେ ।

ପଞ୍ଜିକରଣ ବିବରଣୀ:୨୧.୧ କିଲୋମିଟର ହାଫ୍ ମାରାଥନ୍ (ସମୟସୀମା) ଟ୬୯୯ଙ୍କା (୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ)୧୦ କିଲୋମିଟର ଦୌଡ଼ (ସମୟସୀମା) ଟ୫୯୯ଙ୍କା(୧୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ)୫ କିଲୋମିଟର ମଜା ଦୌଡ଼ (ସମୟସୀମା ନୁହେଁ) ଟ୪୯୯ଙ୍କା (୧୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ)୨ କିଲୋମିଟର ପାରିବାରିକ ଦୌଡ଼ (ସମୟସୀମା ନୁହେଁ) ଟ୩୯୯ଙ୍କା(୮ ବର୍ଷ ଏବଂ ତଦୁର୍ଦ୍ଧ୍ୱ)

ପଞ୍ଜିକରଣ ଖୋଲା ଅଛି ଏବଂ ୧୫ ଜାନୁଆରୀ ୨୦୨୬ ରେ ବନ୍ଦ ହେବ । ଡିଆରଏମ ଶ୍ରୀ ତ୍ରିପାଠି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଭାରତୀୟ ରେଳବାଇର କ୍ରୀଡା ପ୍ରୋତ୍ସାହନ, ସାଧାରଣ ସମ୍ପର୍କ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ବେଳେ ଆଇଆଇଟି ଭୁବନେଶ୍ୱର ଭଳି ପ୍ରମୁଖ ପ୍ରତିଷ୍ଠାନ ସହିତ ସହଯୋଗକୁ ମଧ୍ୟ ସୁଦୃଢ଼ କରୁଛି ।

ଦୌଡ଼କୁଦ ଖେଳାଳୀ, ଫିଟନେସ୍ ଉତ୍ସାହୀ ଏବଂ ଓଡ଼ିଶାର ନାଗରିକମାନଙ୍କୁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ ଭୁବନେଶ୍ୱର-୨୦୨୬କୁ ସଫଳ ମଣ୍ଡିତ କରିବାକୁ ଉତ୍ସାହିତ କରାଯାଉଛି । ଅଧିକ ବିବରଣୀ ପାଇଁ, ଅଂଶଗ୍ରହଣକାରୀମାନେ ଅଫିସିଆଲ୍ ଇଭେଣ୍ଟ ୱେବସାଇଟ୍ – khurdaroadhalfmarathon.com ପରିଦର୍ଶନ କରିପାରିବେ କିମ୍ବା 8455887959 ରେ ଆୟୋଜକଙ୍କ ସହିତ ଯୋଗାଯୋଗ କରିପାରିବେ ।

Exit mobile version