ରଘୁନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ଖଲିକୋଟଗ୍ରାମସ୍ଥିତ ରଘୁନାଥ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଆୟୋଜିତ ୪ର୍ଥତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଘୁନାଥ କ୍ଳବ ସଭାପତି କବିନ୍ଦ୍ର ଲେଙ୍କା ଓ ସମ୍ପାଦକ ତପନ ପ୍ରଧାନଙ୍କ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ କ୍ଳବ ପଡିଆ ପରିସରରେ ୪ର୍ଥତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ସଂଗଠକ ତଥା ସମାଜସେବୀ ବାସୁଦେବ ସାହୁ ଓ ସମ୍ମାନିତ ଅତିଥିଭାବେ ଯୁବ ବ୍ୟବସାୟୀ ତଥା ସମାଜସେବୀ ପ୍ରକାଶ ପ୍ରଧାନ,.

ରାଜା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ,ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ କୋଚି ୱାରିୟାର୍ସ ସହିତ ଇଲେଭେନ ଷ୍ଟାର କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ! ପ୍ରଥମେ କୋଚି ୱାରିୟାର୍ସ ଟସ ଜିତି ବୋଲିଂକରିଥିବାବେଳେ ଇଲେଭେନ ଷ୍ଟାର ଟିମ ବ୍ୟାଟିଂ କରିଥିଲେ !

ଏହି ୧୦ ଓଭର ମ୍ୟାଚ ବିଶିଷ୍ଟ ଖେଳରେ ଇଲେଭେନ ଷ୍ଟାର ୧୦ ଓଭରରେ ୫୍ୱି ଉଇକେଟ ହରାଇ ୬୯ରନ କରିଥିବାବେଳେ କୋଚି ୱାରିୟାର୍ସ ୭ଓଭରରେ ୪ଉଇକେଟ ହରାଇ ୭୦ରନ କରି ବିଜୟୀ ହୋଇଥିଲା ! ଏହି କ୍ରିକେଟ ମ୍ୟାଚକୁ ମାନସ ବିଶ୍ୱାଳ,ବିପିନ ବିଶ୍ୱାଳ ଓ ଭାଷ୍ୟକାର ଭାବେ ସତ୍ୟପ୍ରସାଦ ଛୋଟରାୟ, ସ୍କୋରରଭାବେ ସୁଶୀଲ ସାହୁ ପ୍ରମୁଖ ପରିଚାଳନା କରିଥିଲେ! ଏହି ୪ର୍ଥତମ ବର୍ଷ କ୍ରିକେଟ ଖେଳକୁ ରଘୁନାଥ କ୍ଳବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ !

Exit mobile version