ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) କୁ ୨୦୨୫ ମସିହାର ଅନ୍ୟତମ ‘ଶ୍ରେଷ୍ଠ ୧୦୦ ଅଭିନବ କମ୍ପାନୀ’ ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ହୋଟେଲ ଲି ମେରିଡିଏନ୍ଠାରେ ଆୟୋଜିତ ଟେକ୍ନୋଲୋଜି, ଆର ଆଣ୍ଡ ଡି ଏବଂ ବୌଦ୍ଧିକ ସମ୍ପତ୍ତି ସମ୍ପର୍କିତ ‘ସିଆଇଆଇ ଗ୍ଲୋବାଲ୍ ସମ୍ମିଳନୀ’ ଅବସରରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏକ ଗ୍ରାଣ୍ଡ ଜୁରୀଙ୍କ ଦ୍ୱାରା କଠୋର ମୂଲ୍ୟାଙ୍କନ ଓ ବିଚାର ବିମର୍ଶ ପରେ କମ୍ପାନୀକୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି, ଯାହା ଟେକ୍ନୋଲୋଜି ଏବଂ ଅନୁସନ୍ଧାନ କ୍ଷେତ୍ରରେ ଅଗ୍ରଗାମୀ ଉଦ୍ଭାବନ ତଥା ଉତ୍କର୍ଷତା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
