ଉଗ୍ରତାରା ପୀଠରେ ଶ୍ରୀମଦ ଭଗବତ ଗୀତା ବିଦ୍ୟାଳୟ ର ରାଜ୍ୟସ୍ତରୀୟ ଅଷ୍ଟାଦଶ ଗୀତା ମୈତ୍ରୀ ସମ୍ମିଳନୀ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସମାଜରେ ଅନେକ ଯୁବଶକ୍ତି ବିପଥଗାମୀ ହୋଇଯାଉଥିବା ବେଳେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଶ୍ରୀମଦ ଭଗବତ ଗୀତା ବିଦ୍ୟାଳୟର ଅଷ୍ଟାଦଶ ଗୀତା ମୈତ୍ରୀ ସମ୍ମିଳନୀ ଟାଙ୍ଗୀ ବ୍ଲକ ସ୍ଥିତ ମୁଲିଝରଗଡ ମା ଉଗ୍ରତାରା ଠାକୁରାଣୀଙ୍କ ପବିତ୍ର ପୀଠସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି !. ଶହ ଶହ ଜନସମାଗମ ଓ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗହଣରେ ଅନୁଷ୍ଠାନର ସକ୍ରିୟ ଉଦ୍ୟକ୍ତା ସଂସ୍କୃତ ଅଧ୍ୟାପକ ଆଚାର୍ଯ୍ୟ ସୁଶୀଲ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ସମାଜସେବୀ ପ୍ରାକ୍ତନ ସହ ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ମାନସ ପ୍ରଫେସର ଶରତ କୁମାର ରାଉତରାୟ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତା ଗୀତସେବୀ ଗଦାଧର ମହାରଣା ଉପଦେଷ୍ଟା ବ୍ରଜକିଶୋର ମହାନ୍ତି ବିନୋଦ ସେନାପତି ସମ୍ପାଦିକା ଗୀତା ସେବୀ ମଧୁସ୍ମିତା ପ୍ରଧାନ ଉପାଧ୍ୟକ ସନ୍ଧ୍ୟାରାଣୀ ବରାଳ,

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ପରିଦର୍ଶକ ସରୋଜ କୁମାର ସିଂ ଅଧ୍ୟାପକ ସଂଜୀବ କୁମାର ପରିଡା ସଂଗ୍ରାମ କୁମାର ନାୟକ ଓ ସମାଜସେବୀ ସୁରେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇଥିଲେ ! ସାରଗର୍ଭକ ଗୀତା ଚର୍ଚ୍ଚା ସହିତ ଗୀତା ବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ସମସ୍ତେ ଆହ୍ୱାନ ଦେଇଥିଲେ. ଉପସ୍ଥିତ ଗୀତା ପ୍ରେମୀ ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଈଁ ଜାଗା ଯୋଗାଇଦେବା ସହିତ ରାଜ୍ୟର ସମସ୍ର ବିଦ୍ୟାଳୟ ରେ ଗୀତା ପାଠ କରିବା ପାଈଁ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁମତି ପ୍ରଦାନ ନିମନ୍ତେ ଅନୁରୋଧ କରାଯାଇଥିଲା !  ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ, ବେଦପାଠ, ମନ୍ତ୍ର ଉଚ୍ଚାରଣ, ପରେ ଓଡିଶୀ ନୃତ୍ୟ ପାରାୟଣ ଅଷ୍ଟକମ,

ଗୀତା ମା ହାତ୍ମ ଆଦି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଗାନ କରିଥିଲେ ! . ବିଭିନ୍ନ ସଂଗଠକ ଗୀତାନୁରାଗୀ, ସାମ୍ବାଦିକ ବନ୍ଧୁମାନଙ୍କୁ ସଂଗଠନ ତରଫରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ! ଶିଶୁ ପ୍ରତିଭାମାନଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ ସମ୍ବର୍ଦ୍ଧିତ କରାଯାଇଥିଲା ମାଙ୍କ ପୀଠରେ ଭୋଜିଭାତ କରିବାକୁ ହଜାର ହଜାର ଲୋକ ରୁଣ୍ଡହୋଇଥିବା ବେଳେ ରାସ୍ତା ପାର୍ଶ୍ୱରେ ଏଭଳି ଏକ ଆଧାତ୍ମିକା କାର୍ଯ୍ୟ ପାଈଁ ବହୁ ଜନସମଙ୍ଗମ ପୀଠସ୍ଥଳୀଙ୍କୁ ଆନନ୍ଦ ମୁଖରିତ କରିଥିଲା ! ପରିଶେଷରେ ପଣ୍ଡିତ ସଂଗ୍ରାମ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version