ବୋଲଗଡ଼ ଡିଜିଟାଲ ସାମ୍ବାଦିକ ସଂଘ ତରଫରୁ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ସୁକାନ୍ତ କୁମାର ଦଳାଇଙ୍କୁ ବୋଲଗଡ଼ ଡିଜିଟାଲ ସାମ୍ବାଦିକ ସଂଘ ତରଫରୁ ମଙ୍ଗଳବାର ଦିନ ଉତ୍ତରୀୟ ,ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଅଛି l ଶ୍ରୀ ଦଳାଇ ପୂର୍ଵରୁ ଖୋର୍ଦ୍ଧା ଅଞ୍ଚଳରେ ଗୋ ମାଫିଆ,ବ୍ରାଉନ ସୁଗାର ଏବଂ ନିଶା ବେପାରୀଙ୍କ ନିଦ ହଜାଇ ଖୋର୍ଦ୍ଧା ଅଞ୍ଚଳରେ ଶାନ୍ତି ବଜାଇ ରଖିବାରେ ସଫଳ ହୋଇଥିଲେ l ବୋଲଗଡ ବ୍ଲକ ଅଞ୍ଚଳବାସୀ ଶ୍ରୀ ଦଳlଇ ଙ୍କଠାରୁ ଆଶା ପ୍ରକାଶ କରୁଅଛୁ ଯେ ବୋଲଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅବାଧ ନିଶା ବ୍ୟବସାୟ, ଚୋରି, ଡକାୟତି,

ବାଂଲାଦେଶୀ ଅନୁପ୍ରବେଶକାରୀ, ରାହାଜାନି ଏବଂ ଗୋ ଚାଲାଣ ଉପରେ ରୋକ ଲଗାଇ ବୋଲଗଡ଼ ବ୍ଲକ ଅଞ୍ଚଳରେ ଶାନ୍ତି ଫେରାଇ ଆଣିଵା ପାଇଁ ବୋଲଗଡ ଡିଜିଟାଲ ସାମ୍ବାଦିକ ସଂଘ ତରଫରୁ ନିବେଦନ କରାଯାଇଅଛି l ବୋଲଗଡ ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ,ଶିକ୍ଷାବିତ୍, ସାମ୍ବାଦିକ,  ସମାଜସେବୀ,ରାଜନୀତିଜ୍ଞ, ଆଇନଜୀବୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନେ ବୋଲଗଡ ଥାନାର ସମସ୍ତ ପୋଲିସ ବାହିନୀକୁ ନିଷ୍ଠାପର ଭାବେ ସାହାର୍ଯ୍ୟ କଲେ ମୁଁ ବୋଲଗଡ ବ୍ଲକ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଓ ଲୋକମାନଙ୍କର ଧନଜୀବନ ସୁରକ୍ଷା କରିପାରିବି ବୋଲି ନୂତନ ଥାନା ଅଧିକାରୀ ସୁକାନ୍ତ କୁମାର ଦଳାଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଅଛନ୍ତି l ଏହି ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ପାଣ୍ଡଵ ସାହୁ,ବିଶ୍ୱଜିତ ମହାପାତ୍ର,ଯଦୁନାଥ ସାମନ୍ତରାୟ, କାର୍ତ୍ତିକ ସ୍ୱାଇଁ,ହରପ୍ରସାଦ ନାଥ,ଗଙ୍ଗାଧର ସାହୁ,ଚିନ୍ତାମଣି ମହାପାତ୍ର, ବିଷ୍ଣୁ ପ୍ରସାଦ ମହାନ୍ତି, ରୁଦ୍ରମାଧବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version