Home ଓଡ଼ିଶା ବୋଲଗଡ଼ ତହସିଲ କାର୍ଯ୍ୟାଳୟ ତରଫରୁ ସୁଶାସନ ସପ୍ତାହ ପାଳିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜ୍ୟ ସରକାରଙ୍କ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦେଶ କ୍ରମେ ଓ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏବଂ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀଙ୍କ ଆବାହକତ୍ୱରେ ମଙ୍ଗଳବାରଦିନ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ପରିସରରେ ସୁ ଶାସନ ସପ୍ତାହ ପାଳିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ତହସିଲଦାର ଦିପ୍ତିମୟୀ ଶର୍ମା, ବୋଲଗଡ ରାଜସ୍ବ ନିରୀକ୍ଷକ ଦିଲ୍ଲୀପ କୁମାର ରାଉଳ, ରାଜସ୍ବ ପରିଦର୍ଶକ ଲଷ୍ମୀଧର ହାଂସଦ ପ୍ରମୁଖ ଯୋଗଦେଇ ବୋଲଗଡ ତହସିଲ ଅନ୍ତର୍ଗତ ସଂପୁର,ଖଙ୍ଗୁରିଆ,ଇଚ୍ଛାପୁର,ତୃତୀୟା ପଡ଼ା,ହରିପୁର, ନୟାପଟଣା ରାଜସ୍ବ ଗ୍ରାମ ଗୁଡିକର ଖଟିଖିଆ ଦିନମଜୁରିଆ ଅସହାୟ ଗରିବ ଲୋକମାନଙ୍କୁ ମାଗଣାରେ ସେମାନଙ୍କର ନିଜସ୍ୱ ଘରବାରୀ ପଟ୍ଟା ଓ ଜମି ପଟ୍ଟା ବଣ୍ଟନ କରିଥିଲେ l ବୋଲଗଡ ତହସିଲ କାର୍ଯ୍ୟାଳୟ ତରଫରୁ ଚଳିତ ମାସ ୧୯ ତାରିଖଠାରୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ବୋଲଗଡ ବ୍ଲକ ଅଞ୍ଚଳରେ ସୁଶାସନ ସପ୍ତାହ ପାଳନ କରାଯାଉଅଛି l ଏହି ସପ୍ତାହ ଉପଲକ୍ଷେ ସମସ୍ତ ଜନସାଧାରଣ,ଛାତ୍ର ଛାତ୍ରୀ, ଯୁବ ଗୋଷ୍ଠି,ଶିକ୍ଷାବିତ୍,ସମାଜ ସେବୀ ଓ ଆଇନୀଜୀବି ମାନଙ୍କୁ ସମସ୍ତ ପ୍ରକାରର ରାଜସ୍ବ ସେବା ଯୋଗାଇଦିଆଯିବ ବୋଲି ବୋଲଗଡ ତହସିଲଦାର ବିଜୟ କୁମାର ସେଠୀ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଅଛନ୍ତି l ଫଳରେ ସମସ୍ତ ବର୍ଗର ଛାତ୍ର ଛାତ୍ରୀମାନେ ନିଜ ନିଜର ଜାତିଗତ ପ୍ରମାଣ ପତ୍ର,ଵାସସ୍ଥଳୀ ପ୍ରମାଣ ପତ୍ର,ବାର୍ଷିକ ଆୟ ପ୍ରମାଣ ପତ୍ର,ଉତ୍ତରାଧିକାରୀ ପ୍ରମାଣ ପତ୍ର,ମୃତ୍ୟୁ କାଳୀନ ପ୍ରମାଣ ପତ୍ର,ଚରିତ୍ର ଗତ ପ୍ରମାଣ ପତ୍ର ଓ ବିବାହ ପଞ୍ଜିକରଣ ପ୍ରମାଣ ପତ୍ର ଇତ୍ୟାଦି ସହଜ ସୁବିଧାରେ ଯୋଗାଇଦିଆଜୀବ ବୋଲି ତହସିଲଦାର ଶ୍ରୀ ସେଠୀ ଘୋଷଣା କରିଅଛନ୍ତି l ବନ୍ୟା,ବାତ୍ୟା,ମରୁଡ଼ି,ଅଗ୍ନିକାଣ୍ଡ,ଭୂମିକମ୍ପଓ ବନ୍ୟଜନ୍ତୁ ଜନିତ କ୍ଷୟ କ୍ଷତି ଗୁଡିକରେ ଶୀଘ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବୋଲଗଡ ତହସିଲ କାର୍ଯ୍ୟାଳୟ ତରଫରୁ ସରକାରୀ ଆର୍ଥିକ ସହାୟତା ଯୋଗାଇଦିଆ ଜୀବ ବୋଲି ବୋଲଗଡ ତହସିଲ ଶ୍ରୀ ସେଠୀ ମତପ୍ରକାଶ କରିଥିଲେ l ତହସିଲଦାରଙ୍କ ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ବୋଲଗଡ ବ୍ଲକ ଅଞ୍ଚଳର ସମାଜସେବୀ, ଶିକ୍ଷାବିତ, ଯୁବଗୋଷ୍ଠୀମାନେ ଉଚ୍ଚ ପ୍ରଶଂସା କରିଅଛନ୍ତି l ପରିଶେଷରେ ମୁଖ୍ୟ କିରାଣୀ ସସ୍ମିତା ଭୁଆଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026