Home ଓଡ଼ିଶା ଡ଼ିଏଭି ପବ୍ଲିକ୍ ସ୍କୁଲର ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଡ଼ି. ଏ. ଭି. ପବ୍ଲିକ୍ ସ୍କୁଲ୍ ର ୨୫ ତମ ବାର୍ଷିକ କ୍ରୀଡାଉତ୍ସବ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ରୀଡାଙ୍ଗନ ପରିସରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ପୌରହିତ୍ୟ କରିଥଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ଶିକ୍ଷାବିତ୍ ଡ଼ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ଦେବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳମାଧ୍ୟମରେ ଶରୀର ଗଠନ ସହ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରିବା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ପ୍ରଦ୍ଵୀପ ପ୍ରଜ୍ବଳନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ବିଦ୍ୟାଳୟର ଖେଳଶିକ୍ଷକ ଶ୍ରୀଯୁକ୍ତ ରାଜୀବ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯକ୍ରମ ସୁଚାରୁରୂପେ ସମ୍ପାଦନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅତିଥି ଖେଳ ଶିକ୍ଷକ ଓ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ନର୍ସରୀ ବିଭାଗରେ ପ୍ରତ୍ୟୁଷ କୁମାର ସାହୁ, ସର୍ବକନିଷ୍ଠ ବର୍ଗରେ ସାଇ ଅଭିଲିପ୍ସା ନାୟକ, କନିଷ୍ଠ ବର୍ଗରେ ଆୟତ ଜାହନ ପର୍ବିନ୍ ଓ ସୌମ୍ୟା ମଣ୍ଡଳ , ମଧ୍ୟମ ବର୍ଗରେ ସାଇ ପ୍ରସାଦ ମଙ୍ଗରାଜ ଓ ବରିଷ୍ଠ ବର୍ଗରେ ଜଗନ୍ନାଥ ମହାପାତ୍ର ଚମ୍ପିୟାନ ହୋଇଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠା ଶିକ୍ଷୟିତ୍ରୀ ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026