Home ଓଡ଼ିଶା ଖାଲମଡା ‘ମା ତାରିଣୀ ନାଟ୍ୟ ସଂସଦର ୨୪ତମ ସଂସ୍କରଣ : “ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ” ମଞ୍ଚସ୍ଥ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ଖlଲମଡ଼l ଗ୍ରାମରେ ଗ୍ରାମବାସୀ ଏବଂ ମା ତାରିଣୀ ଯାତ୍ରା କମିଟି ଦ୍ୱାରା ମା ତାରିଣୀଙ୍କ ପୂଜା ସାଙ୍ଗକୁ ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଏହି ଯାତ୍ରା ଆଲୋକ ,ତୋରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜନ ମାନସକୁ ବେଶ୍ ମନମୁଦ୍ଧ କରିଛି । ଯାତ୍ରାର ପ୍ରଥମ ଦିନରେ ଯୁବକ ସଂଘର ସଂଘ ଆନୁକୂଲ୍ୟରେ ମା ତାରିଣୀ ନାଟ୍ୟ ସଂସଦ ତାର ୨୪ତମ ସଂସ୍କରଣରେ ସ୍ଥାନୀୟ କଳାକାର ମାନକୁ ନେଇ ମଞ୍ଚସ୍ଥ କରିଥିଲା ନାଟକ ” ତୁ ବୋଧେ ମୋ ଭାଗ୍ୟରେ ନାଁହୁ । ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଆଶୋକ ପାତ୍ର ।ମଞ୍ଚସ୍ଥ ସାମାଜିକ ନାଟକଟି ସମ୍ପୁର୍ଣ୍ଣ ପାରିବାରିକ ଓ ମନମୁଗ୍ଧକର ଥିଲା । ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ସାସ୍କୃତିକ କାର୍ଯ୍ୟକ୍ରମ ଆନନ୍ଦ ଉଠାଇଥିଲେ। ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ମା ତାରିଣୀ ଙ୍କୁ ଦର୍ଶନ କରି ଆଶ୍ରିବାଦ ନେବା ସହ ସାମାଜିକ ନାଟକ କୁ ଉଦ୍ଘାଟନ କରିଥିଲେ । ତତ୍ ସହିତ ମା ତାରିଣୀ ଯାତ୍ରା ଉତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଖାଲମଡା ଗ୍ରାମ ର କଳା, ଐତିହ୍ୟ,ସଂସ୍କୃତି ଏକତା ନିଆରା ବୋଲି ଯୁବ ବିଧାୟକ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରିତିନିଧି ଶଙ୍କର୍ଷଣ ବେହେରା,ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ପଦ୍ମ୍ ଲୋଚନ ପରିଡ଼ା, ବିଜେଡି ଜିଲ୍ଲା ଉପସଭାପତି ଦିଲ୍ଲୀପ ଦଳ ବେହେରା, ବ୍ଲକ ବିଜେଡି ସଭାପତି ଯୁଗଳ କିଶୋର ସାହୁ କୋରଡ଼ା ପୂର୍ବତନ ସରପଂଚ ଗୋଲକ ବିହାରୀ ଗୋଚ୍ଛାୟତ, ସମାଜ ସେବୀ ଦାଶରଥି ପ୍ରଧାନ, ଯାତ୍ରା କମିଟି ସମ୍ପାଦକ ବlନlମ୍ବର ପ୍ରଧାନ, ବରିଷ୍ଠ ଉପଦେଷ୍ଠା ତଥା ସଦସ୍ୟ ଯୁଧିଷ୍ଠିର ଖିଲାର,ନାଟ୍ୟ ପରିଚାଳକ ଲିଟୁ ପ୍ରଧାନ,ପ୍ରଯୋଜକ ରାଜୀବ ଲୋଚନ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିର୍ଦ୍ଦେଶକ ଅଶୋକ ପାତ୍ର,ନାଟ୍ୟ ପରିଚାଳକ ଲିଟୁ ପ୍ରଧାନ, ପ୍ରଯୋଜକ ରାଜୀବ ଲୋଚନ ପରିଡ଼ା ,ନାୟିକା କଳ୍ପନା , ପାର୍ଶ୍ଵ ନାୟିକା ତିତିଲି, କମେଡି କୁଇନ୍ ପପିନା, ଅଭିନେତ୍ରୀ ରୀନାଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ।ଅତିଥି ପରିଚୟ ପ୍ରଦାନ ବ୍ଲକ୍ ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡ଼ା କରିଥିବା ବେଳେ , ନିତୁନ୍ ପରିଡ଼ା ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ସି ଆର ସି ସି ଶ୍ରୀଧର ବେହେରା ।ସାମାଜିକ ନାଟକଟି ଜନ ସାଧାରଣଙ୍କ ମନ ମୁଗ୍ଧ କରିପାରିଥିବା ଜନ ସାଧାରଣରେ ଚର୍ଚ୍ଚା ଚାଲିଛି।ଆଗାମୀ ବର୍ଷ ପୁଣି ଏକ ଭିନ୍ନ ଧରଣର ସାମାଜିକ ନାଟକ ଜନ ସାଧାରଣଙ୍କୁ ଭେଟି ଦେବ ବୋଲି ମା ତାରିଣୀ ନାଟ୍ୟ ସଂସଦ ର କଳାକାର ମାନେ କହିଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026