ସାମ୍ବାଦିକ ସଙ୍ଘ ତରଫରୁ ରାଜସୁନାଖଳା ନୂତନ ଫାଣ୍ଡି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ରଣପୁର  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରଣପୁର ଥାନା ଅଧୀନସ୍ଥ ରାଜସୁନାଖଳା ଫାଣ୍ଡିରେ ନୂତନ ଭାବରେ ଯୋଗଦେଇଥିବା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ ରାଜସୁନାଖଳା ସାମ୍ବାଦିକ ସଙ୍ଘ ତରଫରୁ ସୋମବାର ଦିନ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ! ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଯଦୁନାଥ ସାମନ୍ତରାୟ, ଅଶୋକ କୁମାର ପ୍ରଧାନ,

ନିରଞ୍ଜନ ସେଠୀ, ସୁଶାନ୍ତ ନାୟକ, ଜିତେନ୍ଦ୍ର କୁମାର ସାହୁ,ଶ୍ରୀନିବାସ ବେହେରା ଓ ମାନସ କୁମାର ସାହୁ ପ୍ରମୁଖ ଯୋଗଦେଇ ନୂତନ ଫାଣ୍ଡି ଅଧିକାରୀଙ୍କୁ ସମ୍ବର୍ଦ୍ଧନାରେ କରିଥିଲେ l ଆଇନ ଶୃଙ୍ଖଳା ଭଙ୍ଗାକାରୀ, ଗୋଚାଲାଣ, ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଓ ନିଶାକlରବାର ବିରୁଦ୍ଧରେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ l ରାଜସୁନାଖଳା ପଞ୍ଚାୟତ ଅଞ୍ଚଳର ସମସ୍ତ ଜନସାଧାରଣ,

ବୁଦ୍ଧିଜୀବୀ, ଶିକ୍ଷାବିତ, ଆଇନଜୀବୀ, ସାମ୍ବାଦିକ ,ସମାଜସେବୀ ଓ ରାଜନୀତିଜ୍ଞମାନଙ୍କର ସହଯୋଗ ମିଲିଲେ ମୁଁ ରାଜସୁନାଖଳା ଅଞ୍ଚଳର ଆଇନ ଶୃଙ୍ଖଳା ରକ୍ଷlକରି ଜନସାଧାରଣମାନଙ୍କୁ ସାହାଯ୍ୟ ସେବା ଯୋଗାଇ ପାରିବି ବୋଲି ନୂତନ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନା ସୂଚନା ପ୍ରଦାନ କରିଥିଲେ l

Exit mobile version