କାର ସହ ଗଞ୍ଜେଇ ଜବତ, ଜଣେ ମହିଳା ଓ ପୁରୁଷ ଗିରଫ

ଆର , ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଅଡବା ଥାନା ବିରିକୋଟ ନିକଟରେ ଏକ କାର ସହ 26 କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ଅଭିଯୋଗ ରେ 2 ଜଣ ଆନ୍ତରାଜ୍ୟ ମାଫିଆ କୁ ଗିରଫ କରାଯାଇଛି l ସେମାନେ ହେଲେ ମଧ୍ୟପ୍ରଦେଶ ର ବିକାଶ କାଠୁଆଶ 38 ଓ ରୀତୁ ମିନା 37 ବୋଲି ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ସକାଳେ ଅଡବା ଥାନା ଅଧିକାରୀ ଶ୍ରୀ ପଣ୍ଡା ଓ ଟିମ ବିରିକୋଟ ଅଞ୍ଚଳ ରେ ପେଟ୍ରୋଲିଂ କରୁଥିଲେ l ଏହି ସମୟରେ ଏକ କାର ନମ୍ବର ଏମପି 13ସିଏ 7758 କୁ ଅଟକାଇ ଯାଞ୍ଚ କରିଥିଲେ l

ଯାଞ୍ଚ ପରେ ଗାଡି ଡ଼ିକି ରେ ଏକ ସିକ୍ରେଟ ଚେମ୍ବର ରୁ 26 କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣା ପଡିଥିଲା l ଅଡବା ଥାନା ରେ କେଶ ନମ୍ବର 194/25 ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ଉକ୍ତ ଗଞ୍ଜେଇ ଗୁଲୁବା ଅଂଚଳ ରୁ ମଧ୍ୟପ୍ରଦେଶ କୁ ଚାଲାଣ ହେଉଥିବା ଥାନା ଅଧିକାରୀ କହିଛନ୍ତି ।

Exit mobile version