ପାରଳାଖେମୁଣ୍ଡି ଉପକଣ୍ଠ ରାଣିପେଣ୍ଠା ଗ୍ରାମ ନିକଟରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିମୂଖିକରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁରସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଅଭିମୂଖିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଅଧ୍ୟକ୍ଷ ମନୋଜ କୁମାର ପଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରର ଜାତୀୟ ସେବା ଯୋଜନା କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ବିଶ୍ୱ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସେବା ଯୋଜନାର ଆଭିମୁଖ୍ୟ ଉପରେ ଉଦବୋଧନ ରଖିଥିଲେ |

ସେ ଜାତୀୟ ସେବା ଯୋଜନାର ସ୍ବେଛାସେଵୀମାନଙ୍କୁ ବିଭିନ୍ନ ବିଷୟରେ ତଥା ନିଶା ନିବାରଣ, ବୃକ୍ଷରୋପଣ , ଚାରା ବଣ୍ଟନ , ଚାରା ରକ୍ଷଣାବେକ୍ଷ, ଜଳ ସଂରକ୍ଷଣ, ପଲିଥିନ ବର୍ଜନ,ରକ୍ତଦାନ, ହୃଦୟ ସି.ପି.ଆର ଓ ଅନ୍ୟାନ୍ୟ ସାମାଜିକ ସେବାକାର୍ଯ୍ୟକୁ ସମାଜ ମଧ୍ୟରେ କେମିତି ସମ୍ପାଦନ କରଯାଇ ପାରିବ ତାହା ଉପରେ ବିସ୍ତୃତିରେ ବିବରଣୀ ରଖିଥିଲେ | ଏହି କାର୍ଯକ୍ରମରେ କୃଷ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ତ୍ରିପାଠୀ ମୁର୍ମୁ ,

ଜାତୀୟ ସେବା ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଓ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟତମ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୀତାରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ. l

Exit mobile version