ସ୍ଵାସ୍ଥ୍ୟଗତ ସମସ୍ୟା ନେଇ ନୂଆଗାଁ ପଞ୍ଚାୟତ ର ଜନସାଧାରଣ ଙ୍କ ମଧ୍ୟରେ ଭୟର ବାତାବରଣ। – ନୂଆଗାଁ

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ନୂଆଗାଁ :- ରାଜ୍ୟ ସରକାରଙ୍କ ଦ୍ଵାରା ଲୋକମାନଙ୍କୁ ଗ୍ରାମୀଣ ଜଳ ଯୋଗାଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ଗ୍ରାମୀଣ ଜଳ ଯୋଗାଣ ପାଇଁ ନିର୍ମିତ ହୋଇଥିବା କୂପ ଗୁଡ଼ିକ ଆବଦ୍ଧ ନ ରହିବା ସହ କୂପ ଜଳ ବିଶୁଦ୍ଧ କରିବା ପାଇଁ କୌଣସି ବ୍ୟବସ୍ଥା କରା ନ ଯିବା ପରିତାପର ବିଷୟ ପାଲଟିଛି । ଯାହାକି ଦୂଷିତ ପାନୀୟ ଜଳ ବ୍ୟବହାର କରି ଶତାଧିକ ଲୋକ ଟାଇ ଫଏଡ,ଥଣ୍ଡା ,ଭଳି ବିଭିନ୍ନ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ଏକ ସମସ୍ୟା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଅବସ୍ଥିତ ନୂଆଗାଁ ପଞ୍ଚାୟତ ରେ ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲ ମଡ଼ା ଗ୍ରାମରେ 1500 ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି।ଲୋକମାନେ ପାନୀୟ ଜଳ ପାଇଁ ଗ୍ରାମୀଣ ଜଳ ଯୋଗାଣ ଏବଂ ଖୋଲା କୂପ ଉପରେ ନିର୍ଭର କରିଥାନ୍ତି । ଗ୍ରାମୀଣ ଜଳ ଯୋଗାଣ ପାଇଁ ଗ୍ରାମରେ ଥିବା କୂପ ର ଜଳ ବିଶୁଦ୍ଧ କରିବା ପାଇଁ ନା ବ୍ଲିଚିଂ ର ବ୍ୟବହାର କରାଯାଉଛି ନା ଅନ୍ୟ କୌଣସି ବ୍ୟବସ୍ଥା କରାଯାଉଛି । କୂପ ଉପରେ ଫାଙ୍କା ସ୍ଥାନ ଥିବାରୁ କାଠି କୁଟା,ଅଳିଆ ଏପରିକି ବିଭିନ୍ନ ପକ୍ଷୀ କୂପ ଭିତରେ ପଡି ମରିଥାନ୍ତି।ଗ୍ରାମରେ ଥିବା ଘରୋଇ କୂପ ଗୁଡ଼ିକର ଜଳ ବିଶୁଦ୍ଧ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ସେପଟେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଏପଟେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଗ୍ରାମର ଶତାଧିକ ଲୋକ ଟାଇ ଫଏଡ , ଏବଂ ବିଭିନ୍ନ ଜଳ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି ।

ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି।ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମାନେ ମଧ୍ୟ ଟାଇ ଫଏଡ,ଏବଂ ବିଭିନ୍ନ ଜଳ ସଂକ୍ରମଣ ରୋଗରେ ଶିକାର ହେଉଛନ୍ତି । ଏଭଳି ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଙ୍କ କୌଣସି ପଦକ୍ଷେପ ନାହିଁ । ଏପରିକି ନୂଆଗାଁ ବ୍ଲକ୍ ରେ ଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ନଯିବା ପରିତାପର ବିଷୟ ପାଲଟିଛି । କେବଳ ଖାଲ ମଡ଼ା ନୁହେଁ ନୂଆଗାଁ,କୋରଡ଼ା ଭଳି ବିଭିନ୍ନ ପଞ୍ଚାୟତ ର ଲୋକ ମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ବିଭିନ୍ନ ରୋଗରେ ଶିକାର ହେବାରେ ଲାଗିଛନ୍ତି।ଲୋକ ମାନଙ୍କ ସ୍ବାସ୍ଥ୍ୟ ସେବା କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ସମସ୍ୟା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ବ୍ୟବସ୍ଥା କରିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି । (ରିପୋର୍ଟ ସୁଵ୍ରତ୍ ପରିଡା /ଦଶପଲ୍ଲା)

Exit mobile version