ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ପୁରୀ ବଳିଆପଣ୍ଡା ସ୍ଥିତ ରାଜଯୋଗ ସାଧନା କେନ୍ଦ୍ରର ୨୦ତମ ବାର୍ଷିକ ଉତ୍ସବ ଏକ ପବିତ୍ର ବାତାବରଣରେ ପାଳିତ ହୋଇଯାଇଛି । ସାଧନା କେନ୍ଦ୍ରର ଓମ୍ ଶାନ୍ତି ଅଡିଟୋରିୟରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ରହ୍ମାକୁମାରୀ ସେଣ୍ଟ ପିଟରସବର୍ଗ ଋଷିଆ ଶାଖାର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷ ଦିଦି କହିଲେ ଯେ କୌଣସି କର୍ମ ଆରମ୍ଭ କରିବା ପୂର୍ବରୁ ଆତ୍ମ ସ୍ମୃତିରେ ସ୍ଥିତ ହୋଇ କାର୍ଯ୍ୟ ସମ୍ପାଦନ କଲେ ସେ କର୍ମ ବିକର୍ମ ହୁଏ ନାହିଁ। ମାନବ ଆତ୍ମାର ତୃତୀୟ ନେତ୍ର ବା ବୁଦ୍ଧି ନେତ୍ର ଖୋଲିବାରେ ଈଶ୍ୱରୀୟ ଜ୍ଞାନ ପ୍ରମୁଖ ଭୂମିକା ଗ୍ରହଣ କରେ ।
