Home ଓଡ଼ିଶା ପୁରୀ ଶ୍ରୀକ୍ଷେତ୍ର ମାଟିରେ ନବମ ଜାତୀୟ ଡ଼ୁମାଳ ଦିବସ ଅନୁଷ୍ଠିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ ୟୁଥ ହଷ୍ଟେଲ ଠାରେ ମା ମାହେଶ୍ୱରୀ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ନବମ ଜାତୀୟ ଡ଼ୁମାଳ ଦିବସ ମା ମାହେଶ୍ୱରୀ ସଂସ୍କୃତି ପରିଷଦ ଅଧ୍ୟକ୍ଷ ହରିଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଯୋଗଦେଇ ପୁରୀ ଓ ଭୁବନେଶ୍ୱରରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ନିର୍ଦ୍ଦେଶକ, ଓଡ଼ିଆ ଭାଷା ପ୍ରତିଷ୍ଠାନ, କୁଳପତି ବେଦ ବିଶ୍ୱ ବିଦ୍ୟାଳୟ ତାମିଲନାଡୁ ତଥା ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଡ. ହରିହର କାନୁନଗୋ ଯୋଗଦେଇ ସ୍ତମ୍ବରୂପୀ ଜଗନ୍ନାଥ ଉପାସନାରେ ଡ଼ୁମାଳ ଜାତିର ଭୂମିକା ଉପରେ ଏକ ଗବେଷଣାଧର୍ମୀ ସନ୍ଦର୍ଭ ଉପସ୍ଥାପନା କରିଥିଲେ । ସମ୍ମାନିତ ଅତିଥି ଭାବେ ପୁର୍ବତନ ରାଜ୍ୟ ସଭାପତି ଦେବାର୍ଚ୍ଚନ ଚାଉଳିଆ, ପୂର୍ବତନ ରାଜ୍ୟ ଉପସଭାପତି ପାଣ୍ଡବ କର୍ଣ୍ଣ, ପୂର୍ବତନ ସମ୍ପାଦକ କୃତ୍ତିବାସ ପଲିଆ, ଡ଼ୁମାଳ ପରିଷଦ ଓଡିଶା ମହିଳା ସଭାପତି ହେମବତୀ କରଣ, ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଅଧକ୍ଷ ଫକୀର କର୍ଣ୍ଣ,ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ, ବୌଦ୍ଧ ସଭାପତି ଶମ୍ଭୁ ଗିରି, ମା ମାହେଶ୍ୱରୀ ସେନା ସେନାଧକ୍ଷ ଥବିର କର୍ମୀ, କୁରୁଆଁ ସରପଞ୍ଚ ପୁଷ୍ପାଞ୍ଜଳି କଳତା, ଭେଡେନ ବ୍ଲକ ଉପାଧ୍ୟାକ୍ଷ ଡୋଳାମଣି ଖେତୀ, ଜାତିର ବରିଷ୍ଠ ସଦସ୍ୟ ଜୟମଙ୍ଗଳ ବିଶି, ମାନସିଂ ବଘାର, ଅନ୍ତର୍ଯ୍ୟାମୀ ବଘାର, ଲୋକନାଥ ଗେଜୋ, ଅନୁଗୋଳ କେନ୍ଦ୍ର ସଭାପତି ଉଦୟନାଥ ପ୍ରଧାନ ଓ ଵାଣିଗୋଚ୍ଛା କେନ୍ଦ୍ର ସମ୍ପାଦକ ସୁଦର୍ଶନ ମହାକୁଡ଼, ରାଜେନ୍ଦ୍ର ଖେତି ପ୍ରମୁଖ ମଞ୍ଚାସୀନ ଥାଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପରିଦର୍ଷିତା ଲାଭ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ ମୁଖ୍ୟ ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଶେଷରେ ନିକଟରେ ସ୍ଵର୍ଗାରୋହଣ କରିଥିବା ବହିରାର ଶିକ୍ଷକ ଦେଶବନ୍ଧୁ ମହାକୁଳ, ଆଠମଲ୍ଲିକର ଚି଼ନ୍ମୟ ମହାକୁଡ଼ ଓ ଭେଡେନ ର ଯାଜ୍ଞସେନୀ ମହାକୁଡ଼ଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ବିଫଳତା ହିଁ ସଫଳତାର ପ୍ରଥମ ପାହାଚ : ଡ. କଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 16, 2026 ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଇତିହାସ ... by Proprietor Abhimanyu Maharana October 16, 2026 ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର by Proprietor Abhimanyu Maharana October 15, 2026 ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026