ରଣପୁର – (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପ୍ରତି ବର୍ଷ ଭଳି ଚଳିତ ବର୍ଷ ଖୁବ୍ ଜୋରସୋରରେ ୫ ଦିନ ପାଇଁ ଆୟୋଜିତ ହେବାକୁ ଯାଉଛି ରଣପୁର ” ଅର୍ଜୁନ – ୨୦୨୬” ମହୋତ୍ସବ । ଯାହାର ପୂର୍ବ ପ୍ରସ୍ତୁତି ବୈଠକ ମା’ ମଣିନାଗ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି, ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଅଧ୍ୟକ୍ଷତାରେ ଉକ୍ତ ବୈଠକ ର ଆୟୋଜନ କରାଯାଇଥିଲା । ସମ୍ପାଦକ ସ୍ୱରାଜ ମହାନ୍ତି ଏବଂ ଚେୟାରମ୍ୟାନ୍ ରଙ୍ଗୀନ ମହାନ୍ତି ଙ୍କ ସହଯୋଗରେ କମିଟି ର ଅନ୍ୟାନ୍ୟ ସଦସ୍ୟ, ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ଓ ଆଗ୍ରହୀ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ସମସ୍ତ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
