ଟାଟା ପାୱାର କ୍ଲାଇମେଟ୍ କ୍ରୁ ଆର୍ଥ ରନ୍ ସବୁଜ ପୃଥ‌ିବୀ ପାଇଁ ଭୁବନେଶ୍ୱରରେ ଏକାଠି ହେଲେ ୪,୦୦୦ ରୁ ଅଧୂକ ଲୋକ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଟାଟା ପାୱାର ପକ୍ଷକୁ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମଠାରେ “ଟାଟା ପାୱାର କୂରମେଟ୍ କୁ ଆର୍ଥ ରନ୍’ ଘଫଳତାର ସହ ଆୟୋଜିତ ହୋଇଯାଇଛି । ଜଳବାୟୁ ଦାୟିତ୍ବବୋଧ ପ୍ରତି ଜନସଧାରଣଙ୍କୁ ସଚେତନ କରିବା ପାଇଁ ଆଯୋଜିତ ଏହି କାର୍ଯ୍ୟକ୍ରମରେ ୪,୦୦୦ରୁ ଅଧୂକ ପ୍ରତିଯୋଗୀ ୫ କିଲୋମିଟର, ୧୦ ଜିଲୋମିଟର ଏବଂ ୨୧ କିଲୋମିଟର ବିଭାଗରେ ଅଂଶଗ୍ରହଣ କରିଥିଲେ । ଏକ ମାଗଣା ସାର୍ବଜନୀନ ଦୀର୍ଘସ୍ଥାୟୀ ପଦକ୍ଷେପ ଭାବରେ ପରିବଞ୍ଚିତ ଏହି ଦୌଡ଼, ଏକ ଗୁଳ୍ମ ଏବଂ ଗୁରୁ ପୃଥିବୀ ଗଠନ ପାଇଁ ସାମୁଦିକ ପ୍ରତିବଦ୍ଧତାର ଏକ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲା ।

ରେଡିଓ ମିର୍ଚ୍ଚି ସହଯୋଗରେ ଆୟୋଜିତ ଏହି ‘କ୍ଲାଇମେଟ୍ କ୍ରୁ ଆର୍ଥ ରନ୍’, ଟାଟା ପାୱାର ଏବଂ ମିର୍ଚ୍ଚିର ସ୍ଥାୟିତ୍ଵକୁ ଯାତ୍ରାରେ ଏକ ପ୍ରମୁଖ ମାଇଲିଖୁଣ୍ଟ ସଦୃଶ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ନାଗରିକମାନଙ୍କୁ ଜଳବାୟୁ-ଅନୁକୂଳ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଅନୁପ୍ରାଣିତ କରିବା । ଏହି ମାରାଥନ ଟାଟା ପାୱାରର  “ସଷ୍ଟେନେବଲ ଇଜ୍ ଆଟେନେବଲ’ ଉପରେ ଆଧାରିତ । କମ୍ପାନୀର ୪୪% ଗ୍ରୀନ ଏନର୍ଜି ପୋର୍ଟଫୋଲିଓ ଏବଂ ସୋଲାର ରୁଫଟପ, ଇଭି ଚାର୍ଜିଂ ଭିତ୍ତିଭୂମି ତଥା ସ୍ମାର୍ଟ ହୋମ ସଲ୍ୟୁସନ୍ ଭଳି ପରିବେଶ ଅନୁକୂଳ ବ୍ୟବସାୟିକ ସମାଧାନ ଏହି ଅଭିଯାନକୁ ଅଧିକ ସୁଦୃଢ଼ କରୁଛି ।

ଓଡ଼ିଶାରେ ରାଜ୍ୟ ସରକାରଙ୍କ ସହ ସରକାରୀ-ବେସରକାରୀ ସହଭାଗିତା (ପିପିପି) ମୋଡ଼ରେ କାର୍ଯ୍ୟ କରୁଥିବା ଟାଟା ପାୱାରର ଡିସକମ୍ ଗୁଡ଼ିକ ପ୍ରାୟ ୪.୭ କୋଟି ଜନସଂଖ୍ୟାକୁ ନିର୍ଭରଯୋଗ୍ୟ ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଇ ଦେଉଛି । ଏହି ଡିସକମ୍ ମାଧ୍ୟମରେ ଟାଟା ପାୱାର ଗ୍ରାହକମାନଙ୍କୁ ଶକ୍ତି ସଂରକ୍ଷଣ ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରୁଛି, ଯାହା ଏକ ଶକ୍ତି ବ୍ୟବସ୍ଥା ଗଠନରେ ସହାୟକ ହେଉଛି। ଟାଟା ପାୱାରର ଦୀର୍ଘସ୍ଥାୟୀତ୍ଵ ଅଭିଯାନ ଏହାର କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ‘କ୍ଲାଇମେଟ୍ କ୍ରୁ’ ପଦକ୍ଷେପ ମାଧ୍ୟମରେ ଆଗକୁ ବଢ଼ୁଛି, ଯାହା ଭାରତ ସରକାରଙ୍କ “ମିଶନ ଲାଇଫ୍’ ସହ ସଂଲଗ୍ନ।  ଏହି ଅଭିଯାନ ଆରମ୍ଭ ହେବା ଦିନଠାରୁ ଟାଟା ପାଓ୍ବାରର ୫୦% ରୁ ଅଧ‌ିକ କର୍ମଚାରୀ ଏଥିରେ ଯୋଗ ଦେଇଛନ୍ତି ।

ଚଳିତ ବର୍ଷ କମ୍ପାନୀ ଏହି ଅଭିଯାନରେ କର୍ମଚାରୀଙ୍କ ପରିବାର, ଗ୍ରାହକ, ଅଂଶୀଦାର ଏବଂ ଯୋଗାଣକାରୀଙ୍କୁ ମଧ୍ୟ ସାମିଲ କରିଛି। ଏଥିପାଇଁ ଆଣ୍ଡ୍ରଏଡ଼୍  ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଉପଲବ୍ଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବିଧାୟକ ତଥା ଅଭିନେତା-ନିର୍ଦ୍ଦେଶକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ ସ୍ଵାଇଁ, କିଟ୍ ବିଶ୍ୱବିଦ୍ୟାଳୟର କୂଳପତି ଡ. ସରଣଜିତ୍ ସିଂ, ପାରାଲିମ୍ପିକ ବିଜୟିନୀ ସୁଶ୍ରୀ ଲୋମା ସ୍ୱାଇଁ, ଅଲିମ୍ପିଆନ୍, କମନୱେଲଥ୍ ପଦକ ବିଜେତା ରବି କୁମାର, ଅଲିମ୍ପିଆନ୍ ଅରୁନ୍ଧତୀ ବିଶ୍ଵାଳ, ଏବଂ ଏଣ୍ଟରଟେନମେଣ୍ଟ ନେଟୱାର୍କ୍ ଇଣ୍ଡିଆ ଲିମିଟେଡର ସିଓଓ ଶ୍ରୀମତୀ ପ୍ରୀତି ନିହାଲାନି ପ୍ରମୁଖ ଉପସ୍ଥିତ ଥିଲେ ।

ଟାଟା ପାୱାରର ଅଧିକାରୀ ମାନଙ୍କ ମଧ୍ୟରେ ଶ୍ରୀ ହିମାଲ ତିୱାରୀ (ସିଏଚଆରଓ ଏବଂ ଚିଫ୍  – ସଷ୍ଟେନେବିଲିଟି ଓ ସିଏସଆର), ଶ୍ରୀ ଗଜାନନ କାଲେ (ଚିଫ୍ -ଓଡ଼ିଶା ଡ଼ିସକମ, ସିଇଓ -ଟିପିଏନଓଡିଏଲ୍), ଶ୍ରୀ ଅରବିନ୍ଦ ସିଂ (ସିଇଓ – ଟିସିସିଓଡିଏଲ) ଏବଂ ଶ୍ରୀ ଅମିତ ଗର୍ଗ (ସିଇଓ – ଟିପିଏସଓଡିଏଲ୍) ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ପାଓ୍ବାରର କର୍ମଚାରୀ, ସେମାନଙ୍କ ପରିବାର, ଗ୍ରାହକ ଏବଂ ଅଂଶାଦାରମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, ଯାହା ସାମୁଦାୟିକ ସ୍ତରରେ ଜଳବାୟୁ ସୁରକ୍ଷା ଅଭିଯାନର ସାମୁହିକ ଭାବନାକୁ ଅଧିକ ସୁଦୃଢ଼ କରିଛି ।

ଟାଟା ପାଓ୍ବାରର କ୍ଲାଇମେଟ୍ କ୍ରୁ ଆର୍ଥ ରନ୍ ହେଉଛି ଏକ ଶକ୍ତିଶାଳୀ ଏବଂ ସମୟୋଚିତ ପଦକ୍ଷେପ, ଯାହା ପୃଥ‌ିବୀ ପ୍ରତି ଏକ ସାମୁହିକ ପ୍ରତିବଦ୍ଧତା ପାଇଁ ନାଗରିକ, ପରିବାର ଏବଂ ସ୍ଥାନୀୟଲୋକମାନଙ୍କୁ ଏକାଠି କରିଛି । ଆଜି, ଆମେ ମାତୃଭୂମି ପାଇଁ ଦୌଡ଼ିଥିଲୁ, କାରଣ ଜଣେ ମା’ ଆମକୁ ଜନ୍ମ ଦେଇଥିବା ବେଳେ, ଧରିତ୍ରି ମାତା ଆମକୁ ପ୍ରତିଦିନ ବଞ୍ଚାଇ ରଖିଥାଏ । ଏହି ଦୌଡ଼ ଏକ ସ୍ମାରକୀ ଯେ, ତାଙ୍କର ଯତ୍ନ ନେବା  କେବଳ ଗୋଟିଏ ଦିନ କିମ୍ବା ଗୋଟିଏ କାର୍ଯ୍ୟକ୍ରମରେ ସୀମିତ ରହିବା ଉଚିତ ନୁହେଁ ଏହା ଜୀବନର ଏକ ଶୈଳୀ ହେବା ଆବଶ୍ୟକ ।

କ୍ଲାଇମେଟ୍ କ୍ରୁ ଭଳି ପଦକ୍ଷେପଗୁଡ଼ିକ ଲୋକମାନଙ୍କ ସ୍ଵାସ୍ଥ୍ୟକୁ ପ୍ରାଥମିକତା ଦେବା, ବ୍ୟବହାର ହ୍ରାସ କରିବା ଏବଂ ପୁନଃ ବ୍ୟବହାରକୁ ଅଭ୍ୟାସକୁ ଆପଣାଇବା ଭଳି ଛୋଟ ଅଥଚ ଅର୍ଥପୂର୍ଣ ପଦକ୍ଷେପ ନେବାକୁ ଅନୁପ୍ରାଣିତ କରେ, ଯାହା ଦ୍ୱାରା ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ଓ ସୁସ୍ଥ ଭବିଷ୍ୟତ ଗଠନ କରାଯାଇପରିବ । ଏହି ଅଭୂତପୂର୍ବ ପ୍ରତିକ୍ରିୟା ଉପରେ ମତ ରଖି ଟାଟା ପାଓ୍ବାରର ସିଏଚଆରଓ ତଥା ଚିଫ୍ ସଷ୍ଟେନେବିଲିଟି ଓ ସିଏସାର, ଶ୍ରୀ ହିମାଲ ତିୱାରୀ କହିଛନ୍ତି, ‘ଓଡ଼ିଶା ହେଉଛି ଐତିହ୍ୟ, ପ୍ରଗତି ଏବଂ ସ୍ଥାନୀୟ ଭାବନାର ଏକ ଶକ୍ତିଶାଳୀ ମିଶ୍ରଣ: ଏହି ମୂଲ୍ୟବୋଧଗୁଡ଼ିକ ଟାଟା ପାଓ୍ବାରର ଦୀର୍ଘସ୍ଥାୟୀକୁ ଯାତ୍ରା ସହିତ ଗଭୀର ଭାବରେ ଜଡ଼ିତ ।

କ୍ଲାଇମେଟ୍ କ୍ରୁ ଆର୍ଥ ରନ୍‌ରେ ବହୁସଂଖ୍ୟକ ଅଂଶଗ୍ରହଣ, ସୁସ୍ଥ ଜୀବନଶୈଳୀ ଏବଂ ଜଳବାୟୁ ସଚେତନ ପସନ୍ଦ ପ୍ରତି ରାଜ୍ୟର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆମର ଲୋକମାନେ ଦୀର୍ଘସ୍ଥାୟୀତ୍ଵ ସମ୍ପୃକ୍ତି ପଦକ୍ଷେପ “କ୍ଲାଇମେଟ୍ କ୍ରୁ”, ଏବେ ଆମ ସମାଜ ପାଇଁ ଏକ ମୁକ୍ତ ବ୍ୟବହାର ଯୋଗ୍ୟ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପ୍ଲାଟଫର୍ମରେ ପରିଣତ ହେଉଛି । ଏହା କେବଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ସୀମିତ ନ ରହି ନାଗରିକମାନଙ୍କୁ ଦୀର୍ଘସ୍ଥାୟୀ ଯାତ୍ରାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସଶକ୍ତ କରୁଛି । କ୍ଲାଇମେଟ୍ କ୍ରୁ ଆପ୍ ମାଧ୍ୟମରେ ବ୍ୟକ୍ତିବିଶେଷମାନେ ସହଜରେ ଜନଜାୟୁ-ଅନୁକୂଳ ଅଭ୍ୟାସଗୁଡିକୁ ଆପଣାଇ ପାରିବେ, ଟ୍ରାକ୍ କରିପାରିବେ ଏବଂ ବଜାୟ ରଖିପାରିବେ, ଯାହା ସଚେତନତାକୁ ଦୈନନ୍ଦିନ କାର୍ଯ୍ୟରେ ପରିଣତ କରିବ ଏବଂ ଶକ୍ତି ପରିବର୍ତନ ଯେ ଅନ୍ତର୍ଭୁକ୍ତିକରଣ, ସହଭାଗିତା ଏବଂ ସମ୍ପୂର୍ଣ୍ଣ ଭାବେ ସମାଜ ଉପରେ ଆଧାରିତ ହେବା ଉଚିତ, ସେହି ବିଶ୍ବାସକୁ ଦୃଢ଼ କରିବ ।

Exit mobile version