Home ଓଡ଼ିଶା ପାରଦ ଖସୁଛି, ସାହି ଗଳିରେ ଜମୁଛି ନିଆଁ ପୁଆଁ ଆସର by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର) :- ଗତ କିଛି ଦିନ ଧରି ଜାଡରେ ଥରୁଛି ହିଞ୍ଜିଳିକାଟୁ ସହର ଓ ଆଖପାଖ ଅଞ୍ଚଳ। ଦୈନିକ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ୧୩ – ୨୩ ଡିଗ୍ରୀ ମଧ୍ୟରେ ରହୁଛି । କାଁ ଭାଁ ଖରା ଅନୁଭୂତ ହେଉଥିବା ବେଳେ ଦିନସାରା ପାଗ ପାଉଁଶିଆ । ଚଳିତ ବର୍ଷର ଏଭଳି ହାଡ଼ ଭଙ୍ଗା ଶୀତର ପ୍ରକୋପ ସାଧାରଣ ଲୋକଙ୍କ ଠାରୁ ପଶୁ ପକ୍ଷୀଙ୍କୁ ମଧ୍ଯ କଲବଲ କଲାଣି । ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ସ୍ୱଚ୍ଛଳ ବର୍ଗର ଲୋକେ ପାଦରୁ ମୁଣ୍ଡ ଯାଏଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶୀତବସ୍ତ୍ର ପରିଧାନ କରିଥାନ୍ତି । ଯୁବ ସମ୍ପ୍ରଦାୟ ବୁଟ୍ ଓ ଟ୍ରାକ ସୁଟ ସହ ଟୋପି ପରିଧାନ କରି ପ୍ରାତଃ ଭ୍ରମଣରେ ବ୍ୟସ୍ତ ରହୁଥିବା ବେଳେ ବୟସ୍କ ଲୋକେ ସାଲ, ସୁଇଟର ଓ ଧୋତି ପିନ୍ଧି ସକାଳୁଆ ଚା ପିଇବାରେ ମଜ୍ଜା ନିଅନ୍ତି। ଏସବୁ ଭିତରେ ମଫସଲ ଗାଁରେ ବସବାସ କରୁଥିବା ସରଳ ଲୋକେ ନିଜ ଖେତ ବାଡିରୁ ଫସଲ ଆଦାୟ ପାଇଁ ପ୍ରସ୍ତୁତ ହୁଅନ୍ତି। ମୁଣ୍ଡରେ ଗାମୁଛା ଓ ଦେହରେ ଚାଦର ଘୋଡେ଼ଇ ହୋଇ ସାହି ପଡୋଶୀଙ୍କୁ ଡାକି ହାକି ଗାଁ ଛକ ନିକଟରେ ମେଳି ବାନ୍ଧନ୍ତି । କୋଉଠୁ କାଠ, ପାଳ, ଗୋବର ଘଷି ଓ କାଗଜ ପତ୍ର ସଂଗ୍ରହ କରି ନିଆଁ ପ୍ରସ୍ତୁତ କରିବାରେ ବ୍ୟସ୍ତ ରୁହନ୍ତି । ପାଖକୁ ପାଖ ବସି ମେଳିବାନ୍ଧି ନିଆଁର ଧୁନିରେ ହାତ ପୁଇଁ ଧୀରେ ଧୀରେ ମଜା ଉଠାନ୍ତି। ଏଭଳି ସ୍ଥିତିରେ ଥଣ୍ଡା କାକରକୁ ଅଧିକ ଉପଭୋଗ କରିବା ପାଇଁ କିଏ ବିଡି, କିଏ ସିଗାରେଟ, ନାଶ, କିଏ ଚା ଓ କିଏ ଗୁଟଖା ସେବନ କରି କିଛି ସମୟ ଅତିବାହିତ କରନ୍ତି।ଗାଁ ଗହଳରେ କିଛି ଦିନ ଧରି ସାହି ସାହିରେ ଆରମ୍ଭ ହୋଇଥିବା ଏଭଳି କିଛି ଦୃଶ୍ୟ ସେମାନଙ୍କ ପିଲା ଦିନର ପୁରୁଣା ସ୍ମୃତିକୁ ବହନ କରିଛି । ଗାଁ ଗହଳିର କୋଳାହଳ ପରିବେଶରେ ମଧ୍ୟରେ ଭାଇଚାରା,ଗାଁ ରାଜନୀତି ଓ ସଂଗଠନ ବିଷୟରେ ମଧ୍ଯ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଏ ବିଷୟରେ ହିଞ୍ଜିଳି ବ୍ଲକ ପୋଡିଙ୍ଗି ଗ୍ରାମର ସମାଜସେବା ଶଙ୍କର ବେହେରା ସାଙ୍ଗ ସାଥିଙ୍କ ଗହଣରେ ନିଆଁ ପୂଆଁର ଖୁସି ନିଆରା ବୋଲି ସେ କହିଛନ୍ତି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026