କଣ୍ଟାବାଞ୍ଜି ଲୋକ ମହୋତ୍ସବ ୨୦୨୫ ର ଦ୍ବିତୀୟ ରଜନୀ : ମଞ୍ଚରେ କଣ୍ଟାବାଞ୍ଜି ଜିଲ୍ଲା ଦାବି

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କିଛି ବର୍ଷ ବ୍ୟବଧାନ ପରେ କଣ୍ଟାବାଞ୍ଜି ଲୋକ ମହୋତ୍ସବ କୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ କୁ ମିଳୁଛି । ତେବେ ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଦିନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ସ୍ଥାନୀୟ ହାଇ ସ୍କୁଲ ପଡିଆ ରେ ଦେଖିବାକୁ ମିଳିଥିଲା । ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଲୋକ ମହୋତ୍ସବ ପ୍ରତିଷ୍ଠାତା ଅଜୟ କୁମାର ଦାସ,ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା,

ସମାଜ ସେବୀ ତଥା ବିଜେଡି ଯୁବ ନେତା ଗିରିରାଜ୍ ସିଂ ମାଝୀ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରି ମେହେର,ବାର ଆସୋସିଏସନ ସଭାପତି ପ୍ରଫୁଲ୍ଲ କୁମାର ନାଏକ ପ୍ରମୁଖ ଯୋଗ ଦେଇଥିବା ସହ କଣ୍ଟାବାଞ୍ଜି ଲୋକ ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଦାସ, କାର୍ଯ୍ୟକାରୀ ସଭାପତି ବିନୟ ବିଭାର, ଉପ ସଭାପତି ଦେବରାଜ ଯାଦବ,ଜଗମୋହନ ତାଣ୍ଡି, ସାଧାରଣ ସମ୍ପାଦକ ଚିନ୍ମୟ ଯୋଶୀ ମଞ୍ଚାସୀନ ଥିଲେ ।

ସମ୍ମାନିତ ଅତିଥି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ମଧ୍ୟରେ କଣ୍ଟାବାଞ୍ଜି ଜିଲ୍ଲା ଆମର ଦାବି ମଧ୍ୟ ଗୁଞ୍ଜୟମାନ୍ ହୋଇଥିଲା । ହଜାର ହଜାର ଦର୍ଶକଙ୍କ ଉପସ୍ଥିତି ରେ ଦୁଲୁକି ଉଠିଥିଲା ମଞ୍ଚ । କାହିଁକି ନା ସ୍ଥାନୀୟ,ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସାଂସ୍କୃତିକ କଲା ଅନୁଷ୍ଠାନର ଗୁଣି କଳାକାରଙ୍କ ଦ୍ୱାରା ନାଚ ଗୀତର ଗୁଞ୍ଜନ ଓ ପରିବେଷଣ ଦ୍ଵାରା ଲୋକେ ମନ ମୁଗ୍ଧ ହୋଇଥିଲେ ।

କଲା ସଂସ୍କୃତି ପରିବେଷଣ ସହିତ ଲୋକଙ୍କ ପାଇଁ ଅନେକ ଖାଦ୍ୟ ଓ କ୍ରୟ କରିବା ନିମନ୍ତେ ଅନେକ ଷ୍ଟଲ ମଧ୍ୟ ଲଗାଯାଇଛି । ଲୋକେ ଲୋକ ମହୋତ୍ସବ ଆନନ୍ଦ ନେବା ସହିତ ଖାଦ୍ୟ ଓ ମନ କିଣି ନେବା ପରିକା ସାମଗ୍ରୀ ମାନଙ୍କର ଉଚିତ୍ ମୂଲ୍ୟରେ କ୍ରୟ କରି ବେଶ୍ ଉତ୍ସାହ ଅନୁଭବ କରୁଛନ୍ତି ।

Exit mobile version