କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ରରେ ଓଡ଼ିଶା ସରକାର ଗଣଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  କଣ୍ଟାବାଞ୍ଜି ଚଳିତ ମାସ ମାସିକ କ୍ଲଷ୍ଟର୍ ବୈଠକ କଣ୍ଟାବାଞ୍ଜି ଝାଙ୍କର୍ ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣ୍ଟାବାଞ୍ଜି ରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ବୈଠକରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ର ସମସ୍ତ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ୍ ଏଲ୍ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ ଜଣାଇ ଆଜିକାର ବୈଠକ ଆରମ୍ଭ କରିଥିଲେ।

ଆଜିକାର ବୈଠକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବହୁ ଶ୍ରେଣୀ ଶିକ୍ଷାଦାନ, ଡିସେମ୍ବର ମାସ ର ପାଠ୍ୟ ଖସଡ଼ା, ଆଲୋଚନ କରିଥିଲେ।ଏହି ସମୟରେ ଓଡ଼ିଶା ସରକାର ଗଣଶିକ୍ଷା ବିଭାଗ ଉପନିର୍ଦ୍ଦେଶକ (ଓସେପା) ଶ୍ରୀମତୀ ଶୈଳlଧିରାଜତନୟା ଶତପଥୀ ଉକ୍ତ ବୈଠକ ରେ ପହଞ୍ଚିଥିଲେ । ତାଙ୍କ ସହ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଅଫିସର ଶିକ୍ଷା ବିଜ୍ଞାନ ସଂଯୋଗିକା ମଧୁସ୍ମିତା ଦାସ ମହାଶୟା ,ତୁରେକେଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଫକିର ଚରଣ ବିଶି ପାଟଣାଗଡ ଅତିରିକ୍ତ ଶିକ୍ଷା ଅଧିକାରୀ ରତନ ଧରୁଆ ମଧ୍ୟ ଉପସ୍ଥିତ ଥିଲେ।ଶତପଥୀ ମହାଶୟା ଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ଵାରା ଭବ୍ୟ ସ୍ବାଗତ ଜଣା ଯାଇଥିଲା ।

ଶତପଥୀ ମହାଶୟା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଆଗାମୀ ଫେବୃଆରି ମାସ ରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ଯାହା କି ପ୍ରଥମ ଥର ପିଲାଙ୍କୁ ଫେଲ ପାସର ବ୍ୟବସ୍ଥା କରାଯାଇଛି । ଯେଉଁ ପିଲା ମାନେ ଫେଲ୍ ହେଇ ଯିବେ ପୁଣି ତାଙ୍କୁ ପ୍ରତିପୁଷ୍ଠି ବ୍ୟବସ୍ଥା କରି ମାର୍ଚ୍ଚ ମାସରେ ପରୀକ୍ଷା ବ୍ୟବସ୍ଥା କରାଯିବ ଏବଂ ସେହି ଛାତ୍ର ଛାତ୍ରୀ ଙ୍କୁ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ର ବ୍ୟବସ୍ଥା କରାଯାଇଛି ସେ ବିଷୟ ରେ ଅବଗତ କରିଥିଲେ ।

ପୁଣି ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ସ୍କୁଲ୍ ମୁହାଁ କରିବା ଅଭିଯାନ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ଗୁରୁତ୍ୱାରୋପ କରିଥିଲେ।ପରି ଶେଷରେ ଝାଂକର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣ ଲତା ଦାସ ପ୍ରଶାସନିକ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ୍ ଦେଇଥିଲେ । ଆଜିକାର ସଭା ରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର, ନିରୁପମା ମିଶ୍ର, ସବିତା ରଣା, ଅଞ୍ଜଳି ମାଝୀ, ନିବେଦିତା ଦାସ, ଶାନ୍ତିଲତା ଭୋଇ କୁସୁମ ମଞ୍ଜରୀ ନାଗ, ଲାବନ୍ୟା ବତି ଧରୁଆ, ଯଶୋଦା ବିଡ଼ିକା ସୁନନ୍ଦା ପୁରୋହିତ, ମୁକ୍ତା ବେଜ, ସଂଘ ମିତ୍ର ପାଣିଗ୍ରାହୀ, ଶିକ୍ଷକ ଲଳିତ ବିଶି, ସଚିଦା ନନ୍ଦ ପାତ୍ର, ଭାବଗ୍ରାହୀ ମେହେର ଉପସ୍ଥିତ ଥିଲେ ।

Exit mobile version