ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରିରୁ ଫେରୁଥିବା ବେଳେ ୨ଟି ଭ୍ୟାନ ଓଲଟିଲା ୨୦ରୁ ଅଧିକ ପର୍ଯ୍ୟଟକ ଆହତ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହେନ୍ଦ୍ରଗିରିରୁ ଫେରୁଥିବା ବେଳେ ୨ ଗୋଟି ପର୍ଯଟକଙ୍କ ଭ୍ୟାନ ଭରସାମ୍ୟ ହରାଇ ଆଜି ଅପରାହ୍ନରେ ଓଲଟି ପଡିଛି ଓ ଏହି ଘଟଣାରେ ୨୦ ରୁ ଉର୍ଦ୍ଧ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି. ମହେନ୍ଦ୍ରଗିରି ଦର୍ଶନ ସାରି ଢେଙ୍କାନାଳରୁ ଗୋଟିଏ ଏବଂ

କଟକରୁ ଗୋଟିଏ ୨ ଗୋଟି ଭ୍ୟାନ ଘାଟି ରାସ୍ତାରୁ ଫେରୁଥିବା ବେଳେ ଭରସାମ୍ୟ ହରାଇ ଓଲଟି ପଡିଥିଲା.ଗୋଟିଏ ଭ୍ୟାନ ରାସ୍ତା କଡ଼ରେ ଓଲଟି ପଡ଼ିଥିବା ବେଳେ ଅନ୍ୟ ଭ୍ୟାନଟି ଘାଟି ତଳକୁ ଖସି ପଡିଥିଲା. ୨ ଗୋଟି ଭ୍ୟାନରେ ୩୨ ଜଣ ପର୍ଯ୍ୟଟକ ରହିଥିଲେ l

ଏମାନଙ୍କ ମଧ୍ୟରୁ ୨୦ ରୁ ଉର୍ଦ୍ଧ ପର୍ଯଟକ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି. ଗାରବନ୍ଧ ଥାନା ଆଇଆଇସି ପ୍ରଶାନ୍ତ କୁମାର ନିଶିକଙ୍କ ନେତୃତ୍ୱରେ ପୋଲିସଟିମ, ଅଞ୍ଚଳବାସୀ ଓ ଅନ୍ୟ କେତେକ ପର୍ଯ୍ୟଟକଙ୍କ ସହାୟତାରେ ସମସ୍ତ ପର୍ଯ୍ୟଟକ ନିଜ ନିଜ ଅଞ୍ଚଳକୁ ଫେରିଥିବା ସୂଚନା ମିଳିଛି l

Exit mobile version