ଏସ ବି ଆଇ ଭୁବନେଶ୍ୱର ସର୍କଲ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ସର୍କଲ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂଘର ସାଧାରଣ ପରିଷଦ ବୈଠକ ରବିବାର ପୂର୍ବାହ୍ନରେ ସ୍ଥାନୀୟ ରେଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଏସ ବି ଆଇ ଏଲ ଏଚ ଓ ଭୁବନେଶ୍ୱରର ମୁଖ୍ୟ ପ୍ରବନ୍ଧକ ( ସି ଜି ଏମ ) ରତ୍ନ ତେଜା ଦିନାକର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ସମ୍ମାନିତ ଅତିଥିଭାବେ ସଂଘର ଜାତୀୟ ସଭାପତି ପରମଦ ଇଣ୍ଡାଲ, ଜାତୀୟ ସାଧାରଣ ସମ୍ପାଦକ କେ ଏଲ ଚୌହାନ ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରିବା ସହ ସମ୍ବିଧାନ ପ୍ରଣେତା ଆମ୍ବେଦକର ଭୀମ ଜୀଙ୍କ ଆଲୋକ ଚିତ୍ର ରେ ପୁଷ୍ପ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଏସ ବି ଆଇ କର୍ମଚାରୀଙ୍କ ସମୂହ କଲ୍ୟାଣ ଗଣତାନ୍ତ୍ରିକ ଉପାୟରେ ପୂରଣ କରାଯିବା ଉପରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ସଂଘ ଶକ୍ତିଶାଳୀ ହେଲେ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ପୂରଣ ସହଜ ହୋଇପାରିବ । ଏଣୁ ସଂଘ ର ସଦସ୍ୟ ମାନେ ଦୃଢ ଭାବେ ଏକତ୍ରିତ ହେବାକୁ ଜାତୀୟ ସମ୍ପାଦକ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ସର୍ବ ଭାରତୀୟ ସ୍ତରରୁ ଉପସ୍ଥିତ ଥିଲେ । ଦୁଇଟି ଅଧିବେଶନରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆରମ୍ଭରେ ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version