ଚିକିତ୍ସା ସେବା ଏକ ଉଚ୍ଚତର ଆଧ୍ୟାତ୍ମିକ ସେବା : ରାଜ୍ୟ ପାଳ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ମଣିଷର ଶରୀର କୋଟି କୋଟି କୋଷରେ ନିର୍ମିତ ଏକ ସୁସଂହତ ସୃଷ୍ଟି । ଏହାର ଆକଳନ ଓ ଅଧ୍ୟୟନ ସହଜ ବ୍ୟା ପାର ନୁହେଁ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହା ଅନ୍ନମୟ କୋଷ ପ୍ରାଣମୟ କୋଷ, ଜ୍ଞାନମୟ କୋଷ, ମନମୟ କୋଷ ଓ ଆନନ୍ଦମୟ କୋଷ ଭାବରେ ବିଭକ୍ତ । ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଏବଂ ପୁଣି ଆନନ୍ଦକୁ ଫେରି୩⁄୪ିବ । କିନ୍ତୁ ଏଥିରେ ବିକୃତି ବେଳେବେଳେ ଦେଖାଦିଏ । ତା’ର ଅନ୍ୟାନ୍ୟ କାରଣ ମଧ୍ୟରେ ଖାଦ୍ୟ, ଚିନ୍ତା ଓ ଆବେଗ ପରିଚାଳନାରେ ତ୍ରୁଟି ଉଲ୍ଲେଖନୀୟ ।

ଦେହରୂ ପକ ମନ୍ଦିରରେ ପୂଜକ ଭଳି ପ୍ରବେଶ କରି ପାରନ୍ତି ଡାକ୍ତରମାନେ ଏବଂ ଚିକିତ୍ସା ସେବା ଏକ ଉଚ୍ଚତର ଅଧ୍ୟାତ୍ମ ସେବା ବୋଲି ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ରାଜଭବନରୁ କାର୍ଡିଓଲୋଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆ, ଓଡ଼ିଶା ଚା ପ୍‌ଟରର ୨୫ତମ ବାର୍ଷିକ ସ୧⁄୪ିଳନୀକୁ ଉଦ୍‌ଘାଟନ କରି ରାଜ୍ୟ ପାଳ ପ୍ରଫେସର ଲାଲ୍‌ କହିଲେ େ୩⁄୪ ରୋଗୀ ଓ ଡାକ୍ତରଙ୍କ ମଧ୍ୟ ଏକାତ୍ମ ଭାବ ସୃଷ୍ଟି ନହେଲେ ଚିକିତ୍ସା ସଫଳ ହୁଏ ନାହିଁ ।

ଡାକ୍ତରମାନେ ରୋଗୀସେବାକୁ ବୃତ୍ତି ନୁହେଁ: ଏକ ମହାନ ବ୍ରତ ଭାବରେ ଗ୍ରହଣ କରିବାକୁ ରାଜ୍ୟ ପାଳ ପରାମର୍ଶ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ଚା ପ୍‌ଟରର ଅଧ୍ୟକ୍ଷ ଡ. ଆର୍‌.ଏସ୍‌. ଏନ୍‌. ମୂର୍ତ୍ତି, ସାଇଣ୍ଟିଫିକ୍‌ କମିଟିର ଅଧ୍ୟକ୍ଷ ଡ. ପି.କେ. ସାହୁ, ଆୟୋଜନ କମିଟିର ସଂ ପାଦକ ଡ. ଏସ୍‌.ଏନ୍‌. ରାଉତରାୟ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଡ. ଏସ୍‌.ଏସ୍‌. ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ଚା ପ୍‌ଟରର ସଂ ପାଦକ ଡ . ବି.ଆର୍‌. ମିଶ୍ର ବାର୍ଷିକ ବିବରଣୀ ଉ ପସ୍ଥା ପନ କରିଥିଲେ । ଉତ୍ସବରେ ରାଜ୍ୟ ପାଳଙ୍କ ସଚିବ ଡ . ପି.କେ. ମେହେର୍ଦ୍ଦା ଉ ପସ୍ଥିତ ଥିଲେ ।

Exit mobile version