ସତ୍ୟବାଦୀ ରେ ସିରିଜ ବୋମା ମାଡ଼ କରି କହିଲେ ହାପି ଦିବାଲି

ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ରାଜକିଶୋର ସେନାପତି – ସତ୍ୟବାଦୀ ଅଶାନ୍ତ। ଶୁକ୍ରବାର ରାତି ୧୧ ଟା ଠାରୁ ଶନିବାର ରାତି ୮ ପର୍ଯ୍ୟନ୍ତ ସତ୍ୟବାଦୀ ଅଞ୍ଚଳରେ ସିରିଜ ବୋମା ମାଡ଼ ଘଟଣା ଘଟିଅଛି l ରାତି ୧୧ ଟା ସମୟରେ ସାକ୍ଷୀଗୋପାଳ ଅଳଗୁମ ରାସ୍ତାରେ ବନ ପୁର ନିକଟରେ ଏକ ବ୍ୟବସାୟିକ ଅନୁଷ୍ଠାନ ସମ୍ମୁଖରେ ରାସ୍ତା ଉପରେ ଦୁଇ ଗୋଟି ବୋମା ମାଡ଼ ହୋଇଥିଲା l ତାପରେ ରାତି ୧୧ ଟା ୪୫ ମିନିଟ ସମୟରେ ସେନାପତି ସାହିର ରାମଚନ୍ଦ୍ର ସେନାପତିଙ୍କ ଘର ଦୁଆର ବାଡେଇ ଦୁଇ ଜଣ ଯୁବକ ନାଗା ନାଗା ବୋଲି ଡାକିଥିଲେ l

ରାମଚନ୍ଦ୍ର ସେନାପତିଙ୍କ ଧର୍ମପତ୍ନୀ ବାସନ୍ତୀ ସେନାପତି ଦୁଆର ଖୋଲିଥିଲେ l ଯୁବକ ଦୁଇ ଜଣ ନାଗା ଅଛି କି ନାହିଁ ବୋଲି ପଚାରିଥିଲେ l ଶ୍ରୀମତୀ ସେନାପତି ମନା କରିଥିଲେ l ଯୁବକ ଦ୍ବୟ ରାସ୍ତା ଉପରେ ରଖିଥିବା ବାଇକ ନିକଟକୁ ଆସିଥିଲେ l ତାଙ୍କ ଘର ଛାତ ଉପରକୁ ଏକ ବୋମା ମାଡ଼ କରିଥିଲେ l ବୋମାଟି ଖୁବ ଜୋରରେ ଫୁଟିଥିଲା l ଯୁବକ ଦ୍ବୟ ହାପି ଦିୱାଲୀ ବୋଲି କହିଥିଲେ l ପରେ ଯୁବକ ଦ୍ବୟ ବାଇକରେ ଶ୍ରୀରାମ ଚନ୍ଦ୍ର ପୁର ରାସ୍ତାରେ ଫେରାର ହୋଇ ଯାଇଥିଲେ l

ସେହି ଦିନ ରାତିରେ ରାମଚନ୍ଦ୍ର ସେନାପତି ସତ୍ୟବାଦୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ସେହିପରି ଶନିବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ସାକ୍ଷୀଗୋପାଳ ବଡ଼ ବଜାରରେ ଏକ ବାଇକରେ ଦୁଇ ଜଣ ଯୁବକ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସାକ୍ଷୀଗୋପାଳ ମନ୍ଦିର ଆଡକୁ ଆସୁଥିଲେ l ବାଇକ ପଛରେ ବସିଥିବା ଯୁବକ ଜଣକ ଦୁଇ ହାତରେ ଦୁଇ ଗୋଟି ବୋମା ଧରିଥିଲେ l ଖବର ପାଇ ସତ୍ୟବାଦୀ ପୋଲିସ ବୋମା ଧରିଥିବା ଯୁବକଙ୍କୁ କାବୁ କରି ନେଇଥିଲେ l


ସେହିପରି ଶନିବାର ରାତି ସାଢେ 7 ଟା ସମୟରେ ସାକ୍ଷୀଗୋପାଳ ଅଣ୍ଡର ପାସ ଓଭର ବ୍ରିଜ ଉପରୁ ତଳକୁ ଦୁଇ ଗୋଟି ବୋମା ମାଡ଼ ହୋଇଥିଲା l ଏହି ବୋମା ଦ୍ବୟ ଏକ କ୍ୟାବିନ ଉପରେ ପଡିଥିଲା l କ୍ୟାବିନ ର ଟିଣ କଣା ହୋଇଯାଇଛି l ଏଥିରେ କେହି ଆହତ ହୋଇନାହାନ୍ତି। ପୁରୀ ଏସପି ପ୍ରତୀକ ସିଂ ଗତକାଲି ରାତିରେ ବୋମା ମାଡ଼ ହୋଇଥିବା ରାମଚନ୍ଦ୍ର ସେନାପତିଙ୍କ ଘର ଓ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ l

ଏ ସମ୍ପର୍କରେ ସତ୍ୟବାଦୀ ଥାନା ଆଇ ଆଇ ସି ବିଜୟ କେତନ ବେହେରାଙ୍କ ସହିତ ଯୋଗାଯୋଗ କରା ଯାଇଥିଲା l ଏହି ଘଟଣାରେ ଜନୈକ ଯୁବକଙ୍କୁ ଅଟକ ରଖା ଯାଇଅଛି l ଘଟଣାର ତଦନ୍ତ ଚାଲିଅଛି l ତଦନ୍ତରେ ବ୍ୟାଘାତ ହେବା ଆଶଙ୍କାରେ କୌଣସି ତଥ୍ୟ ଓ ସୂଚନା ପ୍ରଦାନ କରି ନ ଥିଲେ l ଏହି ବୋମା ମାଡ଼ ଘଟଣାରେ ଅପରାଧୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇ ଆଇ ସି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥିଲେ l

Exit mobile version