Home ଓଡ଼ିଶା ଗିରିଧାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp କ୍ରୀଡ଼ା ମାଧ୍ୟମରେ ଶାରୀରିକ ବିକାଶ ହୋଇଥାଏ l ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ କଡ଼ବ ସ୍ଥିତ ଗିରିଧାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୪୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମହାପାତ୍ରଙ୍କ ସଭାପତିତ୍ୱରେ ଓ ସ୍କୁଲ ପରିଚାଳନା କମିଟି ଆନୁକୂଲ୍ୟରେ ଶନିବାରଦିନ ମହାଆଡ଼ମ୍ବର ସହକାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ,ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଦାସ ଓ ସମ୍ମାନିତ ଅତିଥିଭାବେ ସରପଞ୍ଚ ନଳିନୀ କୁମାର ବଡ଼ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ଅତୁଲ୍ୟ କୁମାର ଗଡ଼ଵାଡ଼,ସମିତି ସଭ୍ୟା ବଇତୁଲ ବିବି,ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀ,ଶେଖ ଗହ୍ୱର ଅଲ୍ଲୀ,କାଶୀନାଥ ଦାସ,ଭାଗିରଥି ପରିଡ଼ା ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ,ଚନ୍ଦନ ଧୂପ,ଦୀପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ସଭାପତି ସୌଦାମିନୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସହକାରୀ ଶିକ୍ଷକ ସତ୍ୟବ୍ରତ ରଥ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଶିକ୍ଷୟିତ୍ରୀ କଳ୍ପନା ଭୋଇ ବାର୍ଷିକ ବିବରଣୀ ପଠନ କରିଥିଲେ l ସମସ୍ତ ନିମନ୍ତ୍ରିତ ଅତିଥିମାନେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ଏହି ଅବସରରେ ପୁରାତନ ଶିକ୍ଷକ,ଶିକ୍ଷୟିତ୍ରୀ ଓ ନିମନ୍ତ୍ରିତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କ୍ରୀଡ଼ା ମାଧ୍ୟମରେ ଶାରୀରିକ ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ଦ୍ୱାରା ଛାତ୍ର ଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇଥାଏ ବୋଲି ମୁଖ୍ୟ ଅତିଥି ତଥା ବିଧାୟକ ପ୍ରଦୀପ କୁମାର ସାହୁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଜ୍ଞାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଭଲ ମଣିଷ ହୋଇପାରିବ ବୋଲି ମୁଖ୍ୟବକ୍ତା କୃଷ୍ଣ ଚନ୍ଦ୍ର ଦାସ ମତ ପ୍ରକାଶ କରିଥିଲେ l ଶିକ୍ଷୟିତ୍ରୀ ଅଞ୍ଜନା ଘୋଷ,ଶୁଭଶ୍ରୀ ପଟ୍ଟନାୟକ ଓ ସରୋଜିନୀ ଜୟସିଂହଙ୍କ ମିଳିତ ନୃତ୍ୟ ନିର୍ଦେଶନାରେ ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାର ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରମୋଦ କୁମାର ସାହୁ,ପ୍ରେମାନନ୍ଦ ମହଲ୍ଲା,ରୁଦ୍ରନାରାୟଣ ଦାସ,ମନୋଜ କୁମାର ପଣ୍ଡା ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ସଞ୍ଜୟ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଉଦଘାଟିତ by Proprietor Abhimanyu Maharana August 21, 2026 ମଦବିକ୍ରି ବନ୍ଦ କରିବାକୁ ମହିଳା ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ by Proprietor Abhimanyu Maharana August 21, 2026 ବାଲିଗୁଡା ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ "ଟିଚ କନ୍ଧମାଳ" ର ପରିଦର୍ଶନ : ବିଦ୍ୟାଳୟରେ ପହଞ୍ଚିଲେ ଜିଲ୍ଲାସ୍ତରୀୟ ଅଧିକାରୀ by Proprietor Abhimanyu Maharana August 21, 2026 ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ by Proprietor Abhimanyu Maharana August 21, 2026 ଚାନ୍ଦପୁର, ବେଆଇନ ଖଣି ଖନ ନ : ମାଫିଆ ମାନଙ୍କର ଦବଙ୍ଗ ଗିରିକୁ ଡରୁଚି ପୋଲିସ by Proprietor Abhimanyu Maharana August 21, 2026 ତଦନ୍ତ ନକରି ଗୁଜବକୁ ବିଶ୍ବାସ କରି ପ୍ରତିକ୍ରିୟା ରଖିବା ଚାନ୍ଦପୁର ଥାନା ଅଧିକାରୀଙ୍କ ଚର୍ଚ୍ଚା ଜୋର ଧରିଛି by Proprietor Abhimanyu Maharana August 21, 2026