Home ଓଡ଼ିଶା ଜାନକୀ ପାଢ଼ୀ ସ୍ମାରକୀ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ପାଇକ ତିଗିରିଆ ଦଳ ଚମ୍ପିଆନ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ମହୋତ୍ସବର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜାନକୀବଲ୍ଳଭ ପାଢ଼ୀଙ୍କ ସ୍ମୃତି ଉଦେଶ୍ୟରେ ବୋଲଗଡ଼ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ୨୫ତମ ଜାନକୀ ପାଢ଼ୀ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାରଦିନ ବୋଲଗଡ଼ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଯାପିତ ହୋଇଯାଇଅଛି l ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଓ ସଂମ୍ମାନିତ ଅତିଥିଭାବେ ବୋଲଗଡ଼ ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝୀ , ଫେଣ୍ଡସ କ୍ଳବ ସଦସ୍ୟ ଅଶ୍ବିନୀ ପଟ୍ଟନାୟକ ଓ ଆଇନଜୀବ ଵୀରକିଶୋର ଦାସ, ଲଲାଟେନ୍ଦୁ କେଶରୀ ସିଂହ, ମୁନା ପଣ୍ଡା,ବୋଲଗଡ଼ ମହୋତ୍ସବ କମିଟିର କୋଷଧ୍ୟକ୍ଷ ସନାତନ ପାଟଶାଣୀ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି ଫୁଟୁବଲ ଟୁର୍ଣ୍ଣାମେଣ୍ଟ ପାଇକତିଗିରିଆ ଏ.ଜେ ଫୁଟୁବଲ ଦଳ ସହିତ ଇଟାମାଟି ଯଦୁମଣି ଫୁଟୁବଲ ଦଳ ମଧ୍ୟରେ ଚିତାକର୍ଷକ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଉଭୟ ଖେଳାଳିଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଚିତାକର୍ଷକ ଖେଳ ଦର୍ଶକମାନଙ୍କର ମନମୋହିଥିଲା l ପାଇକତିଗିରିଆ ଏ. ଜେ ଟିମ ଇଟାମାଟି ଯଦୁମଣି ଫୁଟୁବଲ ଦଳକୁ ୩-୧ଗୋଲ ଦେଇ ଚମ୍ପିୟାନ ହୋଇଥିଲା l ଏହି ଫାଇନାଲ ଫୁଟୁବଲ ଟୁର୍ଣ୍ଣାମେଣ୍ଟକୁ ରେଫରୀ ଭାବେ ଏମ. ଏସ ବେଗ, ଚିତ୍ତରଞ୍ଜନ ପରିଡା ଓ ବୈକୁଣ୍ଠ ମହାପାତ୍ର ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ l ଏହି ଫୁଟୁବଲ ଫାଇନାଲ ମ୍ୟାଚକୁ ବୋଲଗଡ଼ ଫ୍ରେଣ୍ଡସ କ୍ଳବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ l ଉପସ୍ଥିତ ଅତିଥିମାନେ ଏହି ଚିତାକର୍ଷକ ଖେଳ ଦେଖିବା ସହିତ ଖେଳାଳିମାନଙ୍କୁ ଉତ୍ସlହିତ କରିଥିଲେ l ଉପସ୍ଥିତ ଅତିଥିମାନେ ଚମ୍ପିୟାନ ପାଇକତିଗିରିଆ ଏ. ଜେ ଦଳକୁ ଟ୍ରଫି ସହିତ ନଗଦ ୫ହଜାର ଟଙ୍କା ଓ ରନର୍ସ ଅପ ଇଟାମାଟି ଯଦୁମଣି ଦଳକୁ ଟ୍ରଫି ସହିତ ୩ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ l ଏହି ଅବସରରେ ଜାମୁସାହି ଇସା ଟ୍ରେଡ଼ରସ ତରଫରୁ ଏକ ମାଗଣା ଲଟ୍ରି ଉଠାଣ କାର୍ଯ୍ୟକ୍ରମ ହୋଇଥିଲା l Categories: ଓଡ଼ିଶା, ଖେଳ, ଖୋର୍ଦ୍ଧା, ହୋମ୍ Related Content ବାଲିଗୁଡାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଉଦଘାଟିତ by Proprietor Abhimanyu Maharana August 21, 2026 ମଦବିକ୍ରି ବନ୍ଦ କରିବାକୁ ମହିଳା ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ by Proprietor Abhimanyu Maharana August 21, 2026 ବାଲିଗୁଡା ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ "ଟିଚ କନ୍ଧମାଳ" ର ପରିଦର୍ଶନ : ବିଦ୍ୟାଳୟରେ ପହଞ୍ଚିଲେ ଜିଲ୍ଲାସ୍ତରୀୟ ଅଧିକାରୀ by Proprietor Abhimanyu Maharana August 21, 2026 ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ by Proprietor Abhimanyu Maharana August 21, 2026 ଚାନ୍ଦପୁର, ବେଆଇନ ଖଣି ଖନ ନ : ମାଫିଆ ମାନଙ୍କର ଦବଙ୍ଗ ଗିରିକୁ ଡରୁଚି ପୋଲିସ by Proprietor Abhimanyu Maharana August 21, 2026 ତଦନ୍ତ ନକରି ଗୁଜବକୁ ବିଶ୍ବାସ କରି ପ୍ରତିକ୍ରିୟା ରଖିବା ଚାନ୍ଦପୁର ଥାନା ଅଧିକାରୀଙ୍କ ଚର୍ଚ୍ଚା ଜୋର ଧରିଛି by Proprietor Abhimanyu Maharana August 21, 2026