ସରକାର କା ମାଲ ଦରିଆ ମେଁ ଢାଲ : ମୋହନାର ୩୨୬ ନଂ ଜାତୀୟ ରାଜପଥ କଡ଼ରେ ଲକ୍ଷାଧିକ ଟଙ୍କାର ଔଷଧକୁ ଫୋପାଡ଼ି ଦିଆଯାଇଛି

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  କଥାରେ ଅଛି ସରକାର କା ମାଲ ଦରିଆ ମେଁ ଢାଲ ଅନୁଯାୟୀ ୩୨୬ ନଂ ଜାତୀୟ ରାଜପଥ ରାସ୍ତା କଡ଼ରେ ବହୁ ମୂଲ୍ୟର ବିପୁଳ ପରିମାଣର ସରକାରୀ ଔଷଧ ଗୁଡିକୁ ଫୋପାଡ଼ି ଦିଆଯାଇଛି । ଲୋକଙ୍କୁ ନ ଦେଇ ଔଷଧ ଫିଙ୍ଗିବାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

ଗଜପତି ଜିଲ୍ଲା ମୋହନା ବଧୂର ବିଦ୍ୟାଳୟ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।.ଏହି ଔଷଧ ପେଟି ସବୁ ବଧୂର ବିଦ୍ୟାଳୟରୁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ପଡ଼ିଛି । ଔଷଧଗୁଡ଼ିକ ଛୋଟ ପିଲାଙ୍କ ସିରପ୍ ଓ ମ୍ୟାଲେରିଆ କିଟ୍ ଉଦ୍ଦିଷ୍ଟ ରହିଛି । ଆଉ କେତେକ କ୍ରିମ୍ ମଧ୍ୟ ରହିଛି ।

କେତେକ ଔଷଧର ଏକ୍ସପାଇରି ତାରିଖ ଚଳିତ ମାସ ଶେଷରେ ରହିଛି । ଆଉ କିଛି ଔଷଧର ୨୦୨୬ ଏପ୍ରିଲ ଥିବାବେଳେ କିଛି ଔଷଧର ୨୦୨୬ ଜୁନ୍ ପର୍ଯ୍ୟନ୍ତ ରହିଛି । ଲୋକଙ୍କୁ ନ ଦେଇ କିଏ ଏହି ଔଷଧଗୁଡ଼ିକୁ ଏଠାରେ ଫିଙ୍ଗିଦେଲା ସେନେଇ ପ୍ରଶ୍ନ ଉଠିଛି । ଏହି ଔଷଧ ସବୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବୋଲି କୁହାଯାଉଛି ।

 

ଅନ୍ୟପଟେ ଏହି ମେଡିକାଲରେ ଲୋକଙ୍କୁ ସରକାରୀ ମାଗଣା ଔଷଧ ନ ଦେଇ ବାହାରୁ କିଣିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଏବେ ଔଷଧ ଫିଙ୍ଗିବା ପରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

Exit mobile version