Home ଓଡ଼ିଶା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର ,ନୟାଗଡ଼ର ବାର୍ଷିକ କ୍ରୀଡା ମହୋତ୍ସବ ସଫଳତାର ସହିତ ଅନୁଷ୍ଠିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ ଗତ ଦୁଇ ଦିନ ଧରି ଓଡ଼ିଶା ଆଦର୍ଶ ବିଦ୍ୟାଳୟନୋତର ନୟାଗଡ ର ବାର୍ଷିକ କ୍ରୀଡା ମହୋତ୍ସବ ୨୦୨୫-୨୬ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଶୁଭାରମ୍ଭରେ ମଶାଲ ପ୍ରଜ୍ବଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନୟାଗଡ଼ ଜିଲ୍ଲାର ଶାଖା ପରିଚାଳକ ଚିନ୍ମୟ ପାତ୍ର ମହୋଦୟ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଇଣ୍ଡୋତିବେତିଆନ ବୋର୍ଡର ପୋଲିସ ଫୋର୍ସର୍ ହାବିଲଦାର ପବିତ୍ର ମୋହନ ରାଏ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥଲେ । ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ତାଙ୍କ ଭାଷଣରେ କ୍ରୀଡାର ଗୁରୁତ୍ୱ ଓ ଶିକ୍ଷା ସହ କ୍ରୀଡାର ସମନ୍ୱୟ ଉପରେ ଆଲୋକ ପାତ କରିଥିଲେ । ଏହି ଅବସରରେ ଦୌଡ଼, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, ମାର୍ବଲ ସ୍ପୁନ୍ ଦୌଡ଼, ସ୍ଲୋ ସାଇକେଲ୍ ରେସ୍ , ରିଲେ ରେସ୍ , କ୍ରିକେଟ, ଫୁଟବଲ, କବାଡି ପରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଏହାରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀମତୀ ଐଶ୍ୱରୀୟା ଭୂୟାଁ ଯୋଗ ଦେଇ ନିଜର ମହତ୍ତ୍ଵ ଅଭିଭାଷଣ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଶେଷରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥଲେ । ଶେଷରେ ଧନ୍ୟବାଦ ଜ୍ଞାପନ ସହିତ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । କ୍ରୀଡ଼ା ଶିକ୍ଷକ ଶ୍ରୀମତୀ ଇନ୍ଦୁମତୀ ସେଠ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗ ଦ୍ୱାରା ସମଗ୍ର କ୍ରୀଡା ମହୋତ୍ସବ ଆନନ୍ଦ, ଶୃଙ୍ଖଳା ଓ କ୍ରୀଡାମନୋଭାବର ଏକ ସୁନ୍ଦର ଉଦାହରଣ ହୋଇ ରହିଲା । Categories: ଓଡ଼ିଶା, ଖେଳ, ନୟାଗଡ଼ ନିଉଜ୍, ହୋମ୍ Related Content ବାଲିଗୁଡାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଉଦଘାଟିତ by Proprietor Abhimanyu Maharana August 21, 2026 ମଦବିକ୍ରି ବନ୍ଦ କରିବାକୁ ମହିଳା ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ by Proprietor Abhimanyu Maharana August 21, 2026 ବାଲିଗୁଡା ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ "ଟିଚ କନ୍ଧମାଳ" ର ପରିଦର୍ଶନ : ବିଦ୍ୟାଳୟରେ ପହଞ୍ଚିଲେ ଜିଲ୍ଲାସ୍ତରୀୟ ଅଧିକାରୀ by Proprietor Abhimanyu Maharana August 21, 2026 ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ by Proprietor Abhimanyu Maharana August 21, 2026 ଚାନ୍ଦପୁର, ବେଆଇନ ଖଣି ଖନ ନ : ମାଫିଆ ମାନଙ୍କର ଦବଙ୍ଗ ଗିରିକୁ ଡରୁଚି ପୋଲିସ by Proprietor Abhimanyu Maharana August 21, 2026 ତଦନ୍ତ ନକରି ଗୁଜବକୁ ବିଶ୍ବାସ କରି ପ୍ରତିକ୍ରିୟା ରଖିବା ଚାନ୍ଦପୁର ଥାନା ଅଧିକାରୀଙ୍କ ଚର୍ଚ୍ଚା ଜୋର ଧରିଛି by Proprietor Abhimanyu Maharana August 21, 2026