Home ଓଡ଼ିଶା ପୁରୀ ମହାନଗର ନିଗମ ବିଧିବଦ୍ଧ ଘୋଷଣା କେବେ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡିଶାର ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର । କଳା, ସଂସ୍କୃତି, ଐତିହ୍ଯ,ପରମ୍ପରା, ଶ୍ରୀମନ୍ଦିର ଓ ସ୍ବର୍ଣ୍ଣାଭ ବେଳାଭୂମି ପାଇଁ ପୁରୀ ପ୍ରସିଦ୍ଧ । ୪ ଜୁଲାଇ ୨୦୨୫ରେ ଓଡିଶାର ଲୋକପ୍ରିୟ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ପୌରସଂସ୍ଥାକୁ ମହାନଗର ନିଗମ କରିବା ପାଇଁ ଘୋଷଣା କରିଥିଲେ । ମହାନଗର ନିଗମ ପାଇଁ ଲୋକସଂଖ୍ଯା ବଢାଇବା ଉଦେଶ୍ଯରେ କେତେକ ପଞ୍ଚାୟତ ଓ ଗ୍ରାମକୁ ସାମିଲ କରାଯାଇ ଡ୍ରାଫ୍ଟ ଚିଠା ପୌରସଂସ୍ଥା ଜରିଆରେ ସରକାରଙ୍କୁ ପଠାଯାଇଛି । ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିବା ତିନିରଥ ସମ୍ମୁଖରେ ଦଳାଚକଟାରେ ୩ ମୃତ ପରେ ମହାନଗର ଘୋଷଣା ଜନତାଙ୍କୁ ଆଶ୍ବସ୍ତି ଦେଇଥିଲା । ସହରବାସୀ ଚାହିଁ ଚାହିଁ ଆଖିରୁ ପାଣି ଶୁଖିଲାଣି ହେଲେ ମହାନଗରର ମ ଅକ୍ଷର ଆରମ୍ଭ ହୋଇନି । ୨୦୩୬ ମସିହା ସୁଦ୍ଧା ପୁରୀକୁ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ବିଶ୍ବସ୍ତରରେ ପରିଚିତ କରିବା ପାଇଁ ମହାନଗର ନିଗମ ଫଳପ୍ରଦ ହେବ । ୧୮୮୧ ମସିହା ଠାରୁ ପୁରୀ ପୌରସଂସ୍ଥା କାର୍ଯ୍ୟକରି ଆସୁଛି । ୧୪୪ ବର୍ଷ ଧରି ପୌରସଂସ୍ଥା ଭାବେ ରହିଥିବା ବେଳେ କେବେ ମହାନଗର ବିଧିବଦ୍ଧ ଘୋଷଣା ଓ କାର୍ଯ୍ୟକ୍ଷମ ହେବ ତାହାକୁ ଜନତା ଚାହିଁ ରହିଛନ୍ତି । ଐତିହ୍ଯ ଓ ଧାର୍ମିକ ଦୃଷ୍ଟି କୋଣରୁ ମହାନଗର ଆବଶ୍ୟକତା ରହିଛି । କିଛି ଦିନ ଏ ସମ୍ପର୍କରେ ତନାଘନା ଚାଲିବା ପରେ ଏବେ ଶୀତଳ ଧରିଥିବା ଚର୍ଚ୍ଚା ହେଉଛି । ତୁରନ୍ତ ନୂଆବର୍ଷ ପୂର୍ବରୁ ପୁରୀ ମହାନଗର ନିଗମ ( ପିଏମସି ) କିମ୍ବା ଜଗନ୍ନାଥଧାମ ମହାନଗର ନିଗମ( ଜେଡିଏମସି) ଘୋଷଣା କରି ଫଳକ ପୋତିବା ପାଇଁ ସାଧାରଣରେ ଆଲୋଚିତ ହେଉଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ବାଲିଗୁଡାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଉଦଘାଟିତ by Proprietor Abhimanyu Maharana August 21, 2026 ମଦବିକ୍ରି ବନ୍ଦ କରିବାକୁ ମହିଳା ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ by Proprietor Abhimanyu Maharana August 21, 2026 ବାଲିଗୁଡା ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ "ଟିଚ କନ୍ଧମାଳ" ର ପରିଦର୍ଶନ : ବିଦ୍ୟାଳୟରେ ପହଞ୍ଚିଲେ ଜିଲ୍ଲାସ୍ତରୀୟ ଅଧିକାରୀ by Proprietor Abhimanyu Maharana August 21, 2026 ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ by Proprietor Abhimanyu Maharana August 21, 2026 ଚାନ୍ଦପୁର, ବେଆଇନ ଖଣି ଖନ ନ : ମାଫିଆ ମାନଙ୍କର ଦବଙ୍ଗ ଗିରିକୁ ଡରୁଚି ପୋଲିସ by Proprietor Abhimanyu Maharana August 21, 2026 ତଦନ୍ତ ନକରି ଗୁଜବକୁ ବିଶ୍ବାସ କରି ପ୍ରତିକ୍ରିୟା ରଖିବା ଚାନ୍ଦପୁର ଥାନା ଅଧିକାରୀଙ୍କ ଚର୍ଚ୍ଚା ଜୋର ଧରିଛି by Proprietor Abhimanyu Maharana August 21, 2026