ଯାଜପୁର ରୋଡ୍‌-ଧାମରା ରେଲୱେ ଲାଇନ୍ ସ୍ଥାପନ ଦାବି

ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡ଼ିଶାର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଆଜି କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଯାଜପୁର ରୋଡ୍‌- ଧାମରା ରେଳୱେ ଲାଇନ୍ ସ୍ଥାପନ ସହ ପୂର୍ବତଟ ରେଳପଥର ଖୋର୍ଦ୍ଧା ଡିଭିଜନ ଅଧୀନରେ ଓଡ଼ିଶାର ଅନୁଗୁଳ-ସୁକିନ୍ଦା ରେଳୱେ ଲାଇନରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।

ଚିଠିରେ ଶ୍ରୀ ଘଡ଼ାଇ ଦୀର୍ଘଦିନର ଦାବି ୧୦୧.୨୬ କି.ମି. ଲମ୍ବ ଯାଜପୁର କେନ୍ଦୁଝର ରୋଡ୍ ଠାରୁ ଧାମରା ବନ୍ଦର ଭାୟା ଯାଜପୁର (ବିରଜା କ୍ଷେତ୍ର, ଆରଡି (ଅ।ଖଣ୍ଡଳମଣି ଶୈବ ପୀଠ) ଏବଂ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟନ୍ତ ରେଳ ଲାଇନ ସ୍ଥାପନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଅଧୀନରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମନ୍ୱିତ ବହୁମୁଖୀ ସଂଯୋଗ (ରାସ୍ତା, ରେଳ, ବନ୍ଦର, ଇତ୍ୟାଦି) ସୃଷ୍ଟି କରିବ । ଏହି ରେଳ କରିଡର ଓଡ଼ିଶାର ଯାଜପୁର, ଭଦ୍ରକ ଏବଂ କେନ୍ଦ୍ରପଡ଼ା ଜିଲ୍ଲାରେ ଅ।ର୍ଥିକ ବିକାଶ, ଶିଳ୍ପ ସଂଯୋଗୀକରଣ, ପର୍ଯ୍ୟଟନ ଅଭିବୃଦ୍ଧି ବୃଦ୍ଧି କରିବ ।

ଚୂଡ଼ାନ୍ତ ସ୍ଥାନ ସର୍ଭେ ଉପରେ ଆଧାରିତ ଡିପିଆର ରେଳବାଇର ଗତିଶକ୍ତି ନିର୍ଦ୍ଦେଶାଳୟର ପ୍ରକଳ୍ପ ମୂଲ୍ୟାଙ୍କନ କମିଟି ଦ୍ୱାରା ସୁପାରିଶ କରାଯାଇଥିଲା । ନେଟୱାର୍କ ପ୍ଲାନିଂ ଗ୍ରୁପ (ଏନ୍‌ପିଜି) ଦ୍ୱାରା ଏହି ପ୍ରକଳ୍ପର ବିଚାର ପାଇଁ ବୋର୍ଡ କିନ୍ତୁ ନିମ୍ନଲିଖିତ ପ୍ରସଙ୍ଗଗୁଡ଼ିକୁ ବିଚାରକୁ ନେବାରେ ବିଫଳ ହୋଇଛି । ଯାଜପୁର ଜିଲ୍ଲା ମୁଖ୍ୟାଳୟକୁ ରେଳ ସଂଯୋଗୀକରଣର ଅ।ବଶ୍ୟକତା, ଯାହା ପ୍ରାୟ ୯-୧୦ ଶତାବ୍ଦୀରେ ଓଡ଼ିଶାର ପ୍ରାଚୀନ ରାଜଧାନୀ ଥିଲା । ବ୍ୟାସ ସରୋବର, ବିରାଜ କ୍ଷେତ୍ର, ଅ।ଖଣ୍ଡଳମଣିର ଶୈବପୀଠ ଏବଂ ଭିତରକନିକା (କୁମ୍ଭୀରଞ୍ଚ ଅଭୟାରଣ୍ୟ) ଜାତୀୟ ଉଦ୍ୟାନକୁ ସଂଯୋଜିତ କରିବା ପାଇଁ ରେଳ ସଂଯୋଗୀକରଣର ଆବଶ୍ୟକତା ।

୩) ତାଳଚେର (କୋଇଲା), କେଉଁଝର (ଲୁହା ଖଣିଜ ଏବଂ ମାଙ୍ଗାନିଜ) ଏବଂ ସୁକିନ୍ଦା କ୍ରୋମ ଭ୍ୟାଲି (କ୍ରୋମ ଖଣିଜ) ରୁ ଧାମରା ବନ୍ଦରକୁ ଖଣିଜ ପଦାର୍ଥର ପରିବହନର ଆବଶ୍ୟକତା । ଦେଶର ଇସ୍ପାତ ରାଜଧାନୀ, କଳିଙ୍ଗନଗର ଶିଳ୍ପ କେନ୍ଦ୍ରରୁ ଧାମରା ବନ୍ଦରକୁ ଶିଳ୍ପ ସାମଗ୍ରୀର ପରିବହନର ଆବଶ୍ୟକତା ଓ ୫) ଉଚ୍ଚ ଆରଓଆର ଗ୍ୟାରେଣ୍ଟି ହେଲେ ରେଲୱେ ଲାଭ ପାଇବ । ଯଥା ଏଫଆଇଆରଆର -୧୪.୫୧% ଏବଂ ଇଆଇଆରଆର-୨୪.୨୨% ।

ଚିଠି ଶ୍ରୀ ଘଡ଼ାଇ ଉଲ୍ଲେଖ କରିଛନ୍ତି ଯେ, ଚାଲୁଥିବା ରେଳ ପ୍ରକଳ୍ପଗୁଡ଼ିକୁ ସମାପ୍ତ କରିବା ଏବଂ ନୂତନ ରେଳ ଲାଇନ ପାଇଁ ପାଣ୍ଠି ମଞ୍ଜୁର କରିବା ସହିତ ରେଳ ଷ୍ଟେସନଗୁଡ଼ିକର ସମ୍ପ୍ରସାରଣ ଏବଂ ଅ ।ଧୁନିକୀକରଣ ପାଇଁ ପାଣ୍ଠି ଯୋଗାଇ ଆସୁଛନ୍ତି; କିନ୍ତୁ, ଯାଜପୁର କେଉଁଝର ରୋଡ୍‌-ଧାମରା ରେଳ ଲାଇନ ପ୍ରତି ସାବତ ମା’ ଭଳି ମନୋଭାବ ପ୍ରଦର୍ଶନ କରାଯାଉଛି,

ଯାହା ଓଡ଼ିଶାର ୩ଟି ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ଦେବ । ଏହା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ସହାୟକ ହେବ । ତେଣୁ ବୃହତ ସ୍ୱାର୍ଥ ପାଇଁ ଯାଜପୁର କେଉଁଝର ରୋଡ୍‌-ଧାମରା ରେଳ ପ୍ରକଳ୍ପକୁ ଅନୁମୋଦନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଯାଜପୁର-କେଉଁଝର ରୋଡ୍‌-ଧାମରା ବନ୍ଦର ରେଳ ଲାଇନ ନିର୍ମାଣ ପାଇଁ ପାଣ୍ଠି ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ଘଡ଼ାଇ ।

Exit mobile version