Home ଓଡ଼ିଶା ବହୁ ପ୍ରତିକ୍ଷୀତ ଗଜପତି ମହୋତ୍ସବ-୨୦୨୫ ଜାନୁୟାରୀ ୧୮ ରୁ ୨୨ ପର୍ଯ୍ୟନ୍ତ ଆୟୋଜିତ ହେବ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପ୍ରତିକ୍ଷୀତ ଗଜପତି ମହୋତ୍ସବ-୨୦୨୫ ଜାନୁୟାରୀ ୧୮ ରୁ ତାରିଖ ଠାରୁ ୨୨ ରିଖ ୫ ଦିନ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି. ଏନେଇ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତ ପରିଷଦ ଅଧ୍ୟକ୍ଷ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଧାୟକ ପାରଳାଖେମୁଣ୍ଡି ରୁପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ,ପାରଳା ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ,ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ଵୀରାଜ ମଣ୍ଡଳ,ଉପ-ଜିଲ୍ଲାପାଳ ଅନୁପ ପଣ୍ଡା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ରହିଥିଲେ । ଗଜପତି ଜିଲ୍ଲାର ସ୍ଥାନୀୟ କଳାକାର ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହି ଗଜପତି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ରୋହିଅଛି । ଏହି ମହୋତ୍ସବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପ୍ରଦର୍ଶନ ହେବା ସହ ରାଜ୍ୟର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ, ପରମ୍ପରା ଓ ଭାଇଚାରାର ମାଟି ଗଜପତି ଜିଲ୍ଲାରେ ଆସନ୍ତା ଜାନୟାରୀ ୧୮ ଠାରୁ ୨୨ ତାରିଖ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ମହା ଆଡ଼ମ୍ବରରେ ପାଳିତ ହେବ । ଏହା ବ୍ୟତୀତ ଜିଲ୍ଲାର ଉତ୍ପାଦିତ କୁଟୀର ଶିଳ୍ପ ସାମଗ୍ରୀ, କୃଷୀ ଜାତ ଦ୍ରବ୍ଯ, ହସ୍ତତନ୍ତ୍ର ସାମଗ୍ରୀ ସମେତ ବିଭିନ୍ନ ଜିଲ୍ଲାରୁ ଆସୁଥିବା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତି ସାମଗ୍ରୀ ଗୁଡ଼ିକର ବିକ୍ରୀ ଓ ପ୍ରଦର୍ଶନ କରାଯିବ। ସେହିପରି ଉତ୍ସବକୁ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦାନ କରିବା ପାଇଁ ଭାରପ୍ରାପ୍ତ ଜିଲ୍ଲାପାଳ ସମସ୍ତ ସଭ୍ୟ ସଭ୍ୟଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସେହିପରି ଉତ୍ସବର ବିଭିନ୍ନ କମିଟି ଗଠନ କରାଯାଇ ସୂଚାରୁ ରୁପେ ସମ୍ପାଦାନ କରିବା ପାଇଁ ସମସ୍ତ ସଭ୍ୟ ସଭ୍ୟାଙ୍କୁ ଜଣାଇଥିଲେ।ଗଜପତି ମହୋତ୍ସବ – ୨୦୨୫ ପବିତ୍ର ମହେନ୍ଦ୍ରଗିରି ପର୍ବତ ଗିରିଶୃଙ୍ଗଠାରୁ ମଶାଲ ଶୁଭାରମ୍ଭ ହେବ । ଏହି ବୈଠକରେ ବଶିଷ୍ଠ ନାଗରିକ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,ଜିଲ୍ଲାର ବିଭିନ୍ନ ବ୍ଲକର ଜନପ୍ରତିନିଧି ,ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ,ସ୍ଥାନୀୟ ବୁଦ୍ଧିଜୀବୀ,ଆଇନ୍ ଜୀବି,ବଶିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026