ରାଜ୍ୟସ୍ତରୀୟ ଉତ୍କଳମଣି ସେବା ସମ୍ମାନ ଆୟାଜକ ପୁରୀ ଜିଲ୍ଲା ସ୍ଵେଚ୍ଛାସେବୀ ସଂଘ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ ଜିଲ୍ଲା ସ୍ଵେଚ୍ଛାସେବୀ ସଂଘ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଉତ୍କଳ ମଣି ସେବା ସମ୍ମାନ ସ୍ଥାନୀୟ ସଂସୃତି ଭବନ ଠାରେ ଆୟୋଜିତ ହୋଇଥିଲା l ଏହି ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ରୁପେ ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଂଗ ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଉପନିର୍ଦେଶକ ଜିଲ୍ଲା ସୂଚନା ଅଧିକାରୀ . ପ୍ରଫେସର ତଥା ଜଗନ୍ନାଥ ସଂସ୍କୃତି ଗବେଷକ ହରିହର କାନୁନଗୋ , ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ,

 

ବରିଷ୍ଟ ଆଇନଜୀବୀ ବିଜୟ କୁମାର ମିଶ୍ର, ପୁର୍ବତନ ନଗର ପାଳ ଗୌରହରି ପ୍ରଧାନ,ଆଇନଜୀବୀ ପ୍ରଧାନ ଧୀରେନ୍ ରାୟ, ପୂର୍ବତନ କାଉନସିଲର ମାନସ ଲେଙ୍କା ଓ ଏନ ବଳରାମ ରେଡୀ, ରାଜ୍ୟ ସ୍ୱେଚ୍ଛାସେବୀ ସଂଗ ସଭାପତି ଶ୍ରୀମତୀ ଚାନ୍ଦ ମଣି ଦେଇ, ସାଧାରଣ ସଂପାଦକ ରିନା ରାୟ ପ୍ରମୁଖ ଅତିଥି ରୁପେ ଯୋଗଦାନ୍ ଦେଇଥିଲେ l ଏହି ସମ୍ମାନ ଉତ୍ସବରେ ରାଜ୍ୟର 85 ଜଣକୁ ଅତିଥି ମାନଙ୍କୁ ସମ୍ମାନ ପ୍ରଦାନ କରାହୋଇଛି l

ଏହି ସମ୍ମାନ ଉତ୍ସବରେ ସଙ୍ଗଠନ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ସନ୍ଧ୍ୟା ରାଣୀ ରଥ, କାର୍ଯ୍ୟକାରି ସଭ୍ୟ କୃଷ୍ଣଚନ୍ଦ୍ର ଦାଶ, ରମେଶ ଚନ୍ଦ୍ର ମହାନ୍ତି, ଶ୍ରୀମତି ସୌମ୍ୟ ମିଶ୍ର, ସମାଜସେବୀ ତଥା ଆଇନଜୀବୀ ଶ୍ରୀ ଲାଲା ଅନନ୍ତ କୁମାର ସିଂହ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ମଞ୍ଚ ପରିଚଳନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି l

Exit mobile version