ଧାନଖଳା ରେ ନିଆଁ ଲାଗି ଚାରି ଏକର ଧାନ ନଷ୍ଟ

ଆର, ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ କାଳିଆପଟା ଗାଁ ରେ ଥିବା ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ଧାନ ନଷ୍ଟ ହୋଇଛି l ଚାଷୀ ତ୍ରିନାଥ ଦଳାଇ ଏବଂ ତାଙ୍କ ଭାଇ ମହେଶ୍ଵର ଦଳାଇ ଧାନ କାଟି ଖଳlରେ ରଖିଥିଲେ l

ହଠାତ୍ ଧାନଖଳାରେ ନିଆଁ ଲାଗି ଯାଇଥିଲା l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ କରିଛନ୍ତି। ନିଆଁ ଆୟତ୍ତ ହେବା ପୂର୍ବରୁ ପ୍ରାୟ ଚାରି ଏକର ଧାନ ପୋଡି ନଷ୍ଟ ହୋଇଯାଇଛି  l ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣା ପଡି ନାହି  l

Exit mobile version