Home ଓଡ଼ିଶା ନିଶାମୁକ୍ତ ସତ୍ୟବାଦୀ ପାଇଁ ଛାତ୍ର ଛାତ୍ରୀଙ୍କ ଶପଥ ପାଠ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସ୍ୱରସ୍ୱତୀ ଶିଶୁ ବିଦ୍ୟମନ୍ଦିର, ବାସୁକେରା,ସାକ୍ଷୀଗୋପାଳ ପରିସରରେ ବିଦ୍ୟାର୍ଥ ନିଶାମୁକ୍ତ ଭବିଷ୍ୟତ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଭାବେ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ଅତିଥି ଭାବେ ଓଡ଼ିଶା ସ୍ୱାସ୍ଥ୍ୟ ସେବା ସଂଘ ଉପସଭାପତି ସ୍ମୃତି ଶେଖର ସାହୁ, ତପଭୂମି ଟ୍ରଷ୍ଟ ସମ୍ପାଦକ ଚିତରୁପା ଷଡ଼ଙ୍ଗୀ, ବିଭିପି ଓଡ଼ିଶା ସଭାପତି ସତ୍ୟବାଦୀ ଦାଶ , ଉପସଭାପତି ନବଘନ ଶତପଥୀ, ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ହରପ୍ରିୟା କର , ସ୍ୱରସ୍ୱତୀ ଶିଶୁ ବିଦ୍ୟମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବ କୁମାର ମିଶ୍ର , ସଭାପତି ଜୟନ୍ତ କୁମାର ତ୍ରିପାଠୀ , ସମ୍ପାଦକ ବାଉରିବନ୍ଧୁ ସ୍ୱାଇଁ , ସାମାଜିକ କର୍ମୀ ବଳରାମ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଟି ଶିଶୁ ପ୍ରତେକ କିଶୋରୀକିଶୋର ଯୁବକ ଯୁବତୀ ଏ ମାଟିର ଅମୂଲ୍ୟ ସମ୍ପଦ ,ଏ ମାଟିର ପରିଚୟ , ଏ ଦେଶର ଭବିଷ୍ୟତ । ନିଶା ବିଷ ବଳୟରୁ ସେମାନଙ୍କ ପରିବାର ଓ ବିଦ୍ୟାଳୟ ନିଶାମୁକ୍ତ ରହିବା ଆବଶ୍ୟକ ବୋଲି ଅତିଥି ମାନେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ ଏହି ଅବସରରେ ମୁଁ ନିଜକୁ ନିଶା ମୁକ୍ତ ରଖିବା ସହ ସତ୍ୟବାଦୀ ମାଟିରୁ ନିଶାକୁ ମୂଳପଛ କରିବା ପାଇଁ ଶପଥ ନେଇଥିଲେ ଉପସ୍ଥିତ ଅତିଥିଙ୍କ ସହ ଛାତ୍ର ଛାତ୍ରୀ ମାନେ। ପରେ ଜଣା ଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content SDI Bhubaneswar @5 – Celebrating Five Years of the Permanent Campus by Proprietor Abhimanyu Maharana August 21, 2026 ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ by Proprietor Abhimanyu Maharana August 21, 2026 କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ by Proprietor Abhimanyu Maharana August 21, 2026 ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର by Proprietor Abhimanyu Maharana August 21, 2026 ଵ୍ରୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କଲେ - ଦେବୀ ପ୍ରସାଦ ମିଶ୍ର by Proprietor Abhimanyu Maharana August 21, 2026