Home ଓଡ଼ିଶା ଯୋଗାଣ ମନ୍ତ୍ରୀଙ୍କ ତତ୍ପରତା ପରେ ଗଜପତି ଜିଲ୍ଲା ପ୍ରଶାସନ ୨ କିମି ଜଙ୍ଗଲ ରାସ୍ତା ପାଦ ଚଲାରେ ଯାଇ ଦୁଃଖଙ୍କୁ ସହାୟତାର ପ୍ରତିଶୃତି ଦେଇ ଗ୍ରାମକୁ ଫେରାଇ ଆଣିଲେ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ଗାଁର ଦୁଃଖ ନାୟକଙ୍କ ଦୁଃଖଦ କାହାଣୀ ନେଇ ଏକ ନିର୍ଦ୍ଧିଷ୍ଟ ଇଲଟ୍ରୋନିକ୍ସ ମିଡ଼ିଆରେ ପ୍ରସାର ହୋଇଥିଲା. ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଖବର ପ୍ରସାରଣ ଦେଖିବା ପରେ ତପରତା ପ୍ରକାଶ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦେଇଥିଲେ. ଏହି ନିର୍ଦେଶ ଅନୁଯାୟୀ ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର ଚକ୍ରଧର ପାଢ଼ୀ, ଯୋଗାଣ ଅଧିକାରୀ ସତ୍ୟ ନାରାୟଣ ଭୋଇ, ମେରାପଲ୍ଲୀ ସରପଞ୍ଚ ବ୍ରଜ ସୁନ୍ଦର ଜାନି, ପଞ୍ଚାୟତ ନିର୍ବାହୀ ଅଧୂକାରୀ ପି.ବାଲକୃଷ୍ଣ, ଜିଆରଏସ ଗେଲା ମଣି ପ୍ରଧାନ ଓ ଯୋଗାଣ ସହାୟକ ଏକତା ମଲ୍ଲିକ ଜଙ୍ଗଲରେ ଚାଲି ଚାଲି ଯାଇ ଦୁଃଖ ମଲ୍ଲିକଙ୍କ ପାଖରେ ପହଞ୍ଚିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ କିଛି ବର୍ଷ ତଳେ ଦୁଃଖ ମଲ୍ଲିକ ଗଜପତି ପ୍ରଶାସନ ତରଫରୁ କୌଣସି ସହାୟତା ପାଉ ନ ଥିବା ପ୍ରତିବାଦରେ ମେରାପଲ୍ଲୀ ଗ୍ରାମ ଛାଡି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ. ଜଙ୍ଗଲ ମଧ୍ୟରେ ଦୁଃଖ ମଲ୍ଲିକ ଜଙ୍ଗଲଜାତ କନ୍ଦା ଓ ବିଭିନ୍ନ ଫଳ ଖାଇ ସମୟ ବିତାଉ ଥିଲେ. ବର୍ତ୍ତମାନ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ହସ୍ତକ୍ଷେପ ପରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ତରଫରୁ କହିବା ପରେ ଦୁଃଖ ମଲ୍ଲିକ ଗାଁକୁ ଫେରିଆସିଛନ୍ତି । ଗାଁକୁ ଆସିବା ପରେ ଦୁଃଖଙ୍କୁ କିଛି ଚାଉଳ ପ୍ରଦାନ କରାଯାଇଛି। ଏଥିସହ ତହସିଲଦାର ନିଜ ଗାଡ଼ିରେ ଦୁଃଖଙ୍କୁ ବସାଇ ମୋହନା ଆଣି ନୂତନ ପୋଷାକ ଓ ଜୋତା ପ୍ରଦାନ କରିଛନ୍ତି । ଏଥିସହ ଗାଁରେ ଭାଙ୍ଗି ଯାଇଥିବା ଘରେ ରହିବା ପାଇଁ ଜରି ପାଲ ପ୍ରଦାନ କରାଯାଇଥିବା ତହସିଲଦାର ଚକ୍ରଧର ପାଢ଼ୀ କହିଛନ୍ତି । ଖୁବଶୀଘ୍ର ଦୁଃଖଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ବିଡ଼ିଓ ରାଜୀବ ଦାସ କହିଛନ୍ତି । ଏହି ଘଟଣା ନେଇ ଗଜପତି ଜିଲ୍ଲା ଆଡିସନାଲ ସିଏସଓ ସୁହଂସ ଭୋଇ ଏବଂ ସବ୍ୟସାଚୀ ବସ୍ତିଆ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ସମ୍ପୃକ୍ତ ଦୁଃଖ ମଲ୍ଲିକଙ୍କ ଆଧାର କାର୍ଡ ହୋଇପାରିନାହିଁ. ସରକାରୀ ନିୟମ ଅନୁସାରେ ଆଧାରକାର୍ଡ ନଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଭିନ୍ନ ସରକାରୀ ସୁବିଧା ଭତ୍ତା ଆଦି ମିଳେ ନାହିଁ. ତେଣୁ ଦୁଃଖ ମଲ୍ଲିକଙ୍କ ଆଧାରକାର୍ଡ ଅତି ଶୀଘ୍ର ପ୍ରଦାନ କରାଯିବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି. ଦୁଃଖ ମଲ୍ଲିକଙ୍କ ଏହି ଆଧାରକାର୍ଡ ଆସିବା କ୍ଷଣି ଆମ ଯୋଗାଣ ବିଭାଗ ତରଫରୁ ସରକାରୀ ନିୟମ ଅନୁଯାୟୀ ଚାଉଳ ଯୋଗାଇ ଦିଆଯିବ. ସେହିପରି ଦୁଃଖ ମଲ୍ଲିକ ସରକାରଙ୍କ ଭତ୍ତା, ଆବାସ ଯୋଜନାରେ ଘର ଓ ବିଭିନ୍ନ ସୁବିଧା ସୁଯୋଗ ନିଶ୍ଚିତ ଭାବେ ପାଇପାରିବେ l Categories: ଓଡ଼ିଶା, ଗଜପତି, ହୋମ୍ Related Content SDI Bhubaneswar @5 – Celebrating Five Years of the Permanent Campus by Proprietor Abhimanyu Maharana August 21, 2026 ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ by Proprietor Abhimanyu Maharana August 21, 2026 କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ by Proprietor Abhimanyu Maharana August 21, 2026 ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର by Proprietor Abhimanyu Maharana August 21, 2026 ଵ୍ରୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କଲେ - ଦେବୀ ପ୍ରସାଦ ମିଶ୍ର by Proprietor Abhimanyu Maharana August 21, 2026