ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ ଓ ନୂତନଭାବେ ଚିହ୍ନଟୀକରଣ ଶିବିର ଆୟୋଜିତ ହୋଇଥିଲା।ବ୍ଳକ ଶିକ୍ଷା ଅଧିକାରୀ ଗୌତମ ପଟେଲଙ୍କ ସଭାପତିତ୍ୱରେ ଉଦଘାଟନୀ ସଭାରେ ଜଳନ୍ଧର ମହାକୁଡ଼, ସରପଞ୍ଚ ତୁରେକେଲା ମୁଖ୍ୟ ଅତିଥି, ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ଜଗବନ୍ଧୁ ମାଝୀ,

ଧରିତ୍ରୀ ଗଡତ୍ୟା, ଅନନ୍ୟା ଓଝା,ରାମ ପ୍ରସାଦ ମହାଲିଙ୍ଗ,ଆଲିମକୋ ଭୁବନେଶ୍ୱର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ  I ଜୁନିୟର ରେଡକ୍ରସ ପରାମର୍ଶଦାତା ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା, ବିଆରଟି ସୁନିଲ ସାହୁ ସ୍ୱ।ଗତ ଅଭିଭାଷଣ ଓ ଜ୍ୟୋତି ବିକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ପୂର୍ବରୁ ଚିହ୍ନଟୀକରଣ କରାଯାଇଥିବା ଚାଳିଶ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ହୁଇଲ ଚେୟାର, ଶିକ୍ଷଣ କିଟ,ହିଅରିଙ୍ଗ ଏଡସ ଭଳି ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ନୂତନ ଭାବେ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରାଯାଇଥିଲା  I ଏହି ଶିବିରକୁ ସଫଳ କରିବାରେ ମଞ୍ଜୁଲା ନାୟକ,ପ୍ରମୋଦ ମାଝୀ, ଦଶରଥ ଗିରି,ଅରୁଣ ସାହୁ,ଆଶିଷ କୁମାର ବେହେରା, ପ୍ରକାଶ ସେଲମା,ଟିକେଶ୍ୱର ବେହେରା ସହଯୋଗ କରିଥିଲେ ।

Exit mobile version