ସ୍ୱତନ୍ତ୍ର ରଜ ମହୋତ୍ସବ ୨୦୨୫ ଅନୁଷ୍ଠିତ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ଵର ଉପକଣ୍ଠ , ବାଲିପାଟଣା ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଇ. ୱାଇ. ଡବ୍ଲୁ.ଡବ୍ଲୁ , ଓ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଗତ ୧୭ ତାରିଖ ଦିନ ଖେଳପଡିଆ ଠାରେ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ରଜ ଉତ୍ସବ ଆୟୋଜିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦଙ୍କ ପ୍ରତିନିଧି ନାରାୟଣ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ନାନୀୟ ଅତିଥି ଭାବେ ସାମ୍ବାଦିକ ରମେଶ ଚନ୍ଦ୍ର ରଥ, ନାରୀନେତ୍ରି ମୌସୁମୀ ମହାପାତ୍ର, ବିଜୟଲଷ୍ମୀ ନନ୍ଦ, ଝିଲ୍ଲୀ ସାମନ୍ତରାୟ ଓ ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳିକା ବନ୍ଦନା ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରଜ ଉତ୍ସବର ପରମ୍ପରା ଓଡ଼ିଆ ସଂସ୍କୃତି ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦାଶକାଠିଆ, ଓଡିଶୀ ନୃତ୍ୟ ଓ ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜିକା ସାଗରୀକା ଚିନରା, ଦକ୍ଷା ଫାଉଣ୍ଡେସନର ମୁଖ୍ୟ ସୁଲୋଚନା ମହାନ୍ତି ଓ ସଂଗଠିକା ଲିଜାଲୀନ ବାରିକ ପ୍ରମୁଖ ସଫଳ ଭାବେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀଙ୍କ ସମେତ ମହିଳାମାନେ ଯୋଗ ଦେଇ ଏହି ରଜ ଉତ୍ସଵକୁ ଆନନ୍ଦର ସହ ଉପଭୋଗ କରିଥିଲେ ।

Exit mobile version