ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବରିଷ୍ଠ ସେବାୟତ, ବ୍ରାହ୍ମଣ ନିଯୋଗ ସମିତି ର ପୂର୍ବତନ କୋଷାଧ୍ୟକ୍ଷ ,ଭୁବନେଶ୍ୱର ମହାନଗର ନିଗମ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ର ସଦସ୍ୟ ତଥା ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଜ୍ୟେଷ୍ଠ ଭ୍ରାତା ପ୍ରକାଶ ଚନ୍ଦ୍ର ପଣ୍ଡା ଙ୍କ ୬୯ ବର୍ଷ ବୟସରେ ହୃଦଘାତରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି ।
ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି । ସ୍ଥାନୀୟ ଜନପ୍ରତିନିଧି ବହୁ ସେବାୟତ ପୁରୁଣା ଭୁବନେଶ୍ୱର କପାଳିଦେବି ସାହି ଠାରେ ସେଷଦର୍ଷନ କରିଥିଲେ । ରତ୍ନାକର ଗରାବଦୁ ଶ୍ମଶାନ ରେ ତାଙ୍କ ପୁତ୍ର ଶିବପ୍ରସାଦ ପଣ୍ଡା ମୁଖାଗ୍ନି ଦେଇଥିଲେ ।
