ସାଂସଦ ଖେଳ ମହୋତ୍ସବ ଉଦଯାପିତ

ଭାପୁର  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  କଟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ଅଧିନ ବାଇଗୁଣିଆ ପଞ୍ଚାୟତ ତନ୍ତୁବାୟ ସହଯୋଗ ସରକାରୀ ହାଇସ୍କୁଲ ପଡ଼ିଆରେ ୧୦ ଦିନଧରି ଚାଲିଥିବା ସାଂସଦ ଖେଳ ମହୋତ୍ସହବ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି.! ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାଜ୍ୟ ବିଜେପି ଉପସଭାପତି ସନ୍ତୋଷ କୁମାର ମିଶ୍ର . ସମ୍ମାନିତ ଅତିଥିଭାବେ ନୟାଗଡ ଜିଲ୍ଲା ବିଜେପି ପ୍ରଭାରୀ ସୁରତ କୁମାର ବିଶ୍ୱାଳ,

କଟକ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ସାଂସଦଙ୍କ ଖଣ୍ଡପଡ଼ା ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାରସିଂ, ବାଇଗୁଣିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପମା ମହାରଣା, ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ଖଣ୍ଡପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ଭାପୁର ତହସିଲଦାର ଲୋପାମୁଦ୍ରା ରଥ, ଖଣ୍ଡପଡା ତହସିଲଦାର ବିଶ୍ୱ ବିଶୃତ ତ୍ରିପାଠୀ, ଭାପୁର ବ୍ଲକ ଶିକ୍ଷାଧିକାରୀ ମୋନାଲିସା ରଥ,

ସାଂସଦ କ୍ରୀଡ଼ା ମହୋତ୍ସବର ସଂଯୋଜକ ତଥା ସମାଜସେବୀ ନାରାୟଣ ମହାରଣା, ବାଇଗୁଣିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ରଣା ପ୍ରମୁଖ ଯୋଗଦେଇ ଥିଲେ ! ଏହି କାର୍ଯ୍ୟକ୍ରମରେ ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟଙ୍କ ସଭାପତିତ୍ୱ କରିଥିଲେ ! ଶିକ୍ଷକନେତା ପଞ୍ଚାନନ ମହାପାତ୍ର ମଞ୍ଚପରିଚାଳନା କରିଥିଲେ ! ଉପସ୍ଥିତ ଅତିଥିମାନେ ଭଲିବଲ, କ୍ରିକେଟ ଓ ଫୁଟୁବଲ ଖେଳରେ ବିଜେତା ଓଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ !

ଭଲିବଲରେ କୋଷ୍କା ଦଳ ବିଜୟତା ହୋଇଥିବା ବେଳେ କଣ୍ଟିଲୋ ଉପବିଜେତା ହୋଇଥିଲା ! . କ୍ରିକେଟରେ ଢୋଲମରା ବିଜେତା ହୋଇଥିବା ବେଳେ ଚକ୍ରଧର ପ୍ରସାଦ ଉପବିଜେତା ହୋଇଥିଲା ! ସେହିପରି ଫୂଟବଲରେ ବାଇଗୁଣିଆ ବିଜେତା ହୋଇଥିବା ବେଳେ ଖଣ୍ଡପଡା ଉପବିଜେତା ହୋଇଥିଲା !’ ମୁଖ୍ୟମନ୍ତ୍ରୀ ସଂମାନ ପ୍ରାପ୍ତ କ୍ରୀଡା ଶିକ୍ଷକ ଆଶିଷ କୁମାର ପଟ୍ଟନାୟକ, ଶିକାନ୍ତ ପଣ୍ଡା, ସଞ୍ଜୁବାଳା ନାଥଙ୍କୁ ବିଧାୟକ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛଡେଇ ସମ୍ମାନିତ କରିଥିଲେ!. ଆୟୋଜନ ପାଇଁ ଦୁଇ ବ୍ଲକର ସଂଯୋଜକ ଶଙ୍କର ପ୍ରସାଦ ମଲ୍ଲିକ ଏବଂ ବିଜୟ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ !

ମୁଖ୍ୟଅତିଥି ସଂସଦ ଖେଳ ମହୋତ୍ସବ ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବାସହ କ୍ରୀଡା କ୍ଷେତ୍ରରେ ସାମନ୍ତ ମାଟିର ଅନେକ ପ୍ରତିଭାବାନ କ୍ରୀଡ଼ାବିତ ରାଜ୍ୟ ତଥା ଜାତୀୟ ସ୍ତରରେ ସଫଳତା ଅର୍ଜନ କରିବା ସହିତ ଅଞ୍ଚଳ ପାଇଁ ବେଶ ସୁନାମ ଅର୍ଜନ କରିଛନ୍ତି ବୋଲି ସୂଚନା ଦେଇଥିଲେ ! ଏହି ଖେଳ ମହୋତ୍ସବର ଆୟୋଜନ ଦ୍ୱାରା ବଣର ମଲ୍ଲୀ ବଣରେ ଫୁଟି ଝଡିବ ନାହିଁ ବରଂ ଉପାନ୍ତ ଅଂଚଳରେ ଲୁକାୟିତ ଅବସ୍ଥାରେ ଥିବା ବିଭିନ୍ନ ଯୁବ ଓ ପ୍ରତିଭାବାନ କ୍ରୀଡାବିତମାନଙ୍କ ପ୍ରତିଭା ଲୋକ ଲୋଚନକୁ ଆଣିବା ଦିଗରେ ଏହା ଏକ ଅଭିନବ ପ୍ରୟାସ ହେବେ ! . କୃତକାର୍ଯ୍ୟ ଅର୍ଜନ କରିଥିବା ଯୁବ ପ୍ରତିଭାବାନ ଖେଳାଳୀମାନେ ଆସନ୍ତା ୧୭ ରୁ ୨୫ ତାରିଖ ମଧ୍ୟରେ କଟକଠାରେ ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପ୍ରାପ୍ତ କରିବା ନେଇ ସୂଚନା ମିଳିଛି !

Exit mobile version