ବିଜେପି ଦଳ ତରଫରୁ ବୋଲଗଡ଼ ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବୋଲଗଡ଼  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଥାନାରେ ନୂତନ ଭାବରେ ଯୋଗଦେଇଥିବା ଥାନା ନିରୀକ୍ଷକ ସୁକାନ୍ତ କୁମାର ଦଳାଇଙ୍କୁ ଭାରତୀୟ ଜନତା ପାଟି ତରଫରୁ ମଣ୍ଡଳ ସଭାପତି ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ବୁଧବାର ଦିନ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ! ଏହି କାର୍ଯ୍ୟକ୍ରମରେ ଅଧିବକ୍ତା ବିଜେପି ଖୋର୍ଦ୍ଧା ଜିଲ୍ଲା ଆଇନ ପ୍ରକୋଷ୍ଠ ସଂଯୋଜକ ତଥା ଆଇନ ଜିବୀ ଲୋତକ ବିନ୍ଦୁ ପଟନାୟକ,

ଅଜିତ ପଟନାୟକ, ଦୀପନ ବିଶ୍ୱାଳ, ବିନୋଦ ମହାରଣା, ଲକ୍ଷ୍ମୀଧର ବଳିୟାରସିଂହ, ଜଗବନ୍ଧୁ ମୁଦୁଲି, ଅଭିମନ୍ୟୁ ପଟନାୟକ, ନକୁଳ ରାଉତରାୟ ଓ ସର୍ବେଶ୍ୱର ମହାପାତ୍ର ପ୍ରମୁଖ ସମାଜସେଵୀ କାର୍ଯ୍ୟକର୍ତାମାନେ ସମ୍ବର୍ଦ୍ଧନାରେ ଯୋଗଦେଇ ଆଇନ ଶୃଙ୍ଖଳା ଭଙ୍ଗାକାରୀ, ଗୋଚାଲାଣ,

ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଓ ନିଶାକlରବାର ବିରୁଦ୍ଧରେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ! ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ଶିକ୍ଷାବିତ, ଆଇନଜୀବୀ, ସାମ୍ବାଦିକ, ସମାଜସେବୀଓ ରାଜନୀତିଜ୍ଞମାନଙ୍କର ସହଯୋଗ ମିଳିଲେ ମୁଁ ବୋଲଗଡ଼ ବ୍ଲକ ଅଞ୍ଚଳର ଆଇଁଶୃଙ୍ଖଳା ରାକ୍ଷକରି ଜନସାଧାରଣମାନଙ୍କୁ ସାହାଯ୍ୟ ସେବା ଯୋଗାଇ ପାରିବି ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ଦଳାଇ ସୂଚନା ପ୍ରଦାନ କରିଥିଲେ !

Exit mobile version