୭ମ କଣ୍ଟାବାଞ୍ଜି ଲୋକ ମହୋତ୍ସବର ଶୁଭଖମ୍ଭ ସ୍ଥାପନ…

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କିଛି ବର୍ଷର ବ୍ୟବଧାନ ପରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ୭ମ କଣ୍ଟାବାଞ୍ଜି ଲୋକ ମହୋତ୍ସବର ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ମଙ୍ଗଳବାର ଦିନ ଶୁଭଖମ୍ଭ ସ୍ଥାପନ ସହିତ ଚଳିତ ବର୍ଷ ଡିସେମ୍ବର ୧୯ ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଲୋକ ମହୋତ୍ସବ ଆୟୋଜନ ସକାଶେ ଉଦ୍ଘୋଷ ହୋଇ ଯାଇଛି ।

ଶୁଭଖମ୍ଭ ସ୍ଥାପନର ପୂଜାର୍ଚ୍ଚନାରେ ଗିରିରାଜ ମାଝୀ ଓ ତାଙ୍କର ସହ ଧର୍ମିଣୀ ନିରୁପମା ମାଝୀ କର୍ତ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରେ ସଭାପତି ଅଶୋକ କୁମାର ଦାସ,ସାଧାରଣ ସମ୍ପାଦକ ଚିନ୍ମୟ କୁମାର ଯୋଶୀ, କାର୍ଯ୍ୟକାରୀ ସଭାପତି ବିନୟ ଭୂଷଣ ବିଭାର,ଉପସଭାପତି ଏସ ଜଗନ୍ନାଥ ରାଓ, ଦେବରାଜ ୟାଦବ,

ସହ କୋଷାଧ୍ୟକ୍ଷ ତପନ ବେହେରା, ଭୁବନାନନ୍ଦ ମହାନ୍ତି , ସହ ସମ୍ପାଦକ ବିଷ୍ଣୁ ଜୁଏଡ, ଜଗମୋହନ ତାଣ୍ଡି,ଦେବାନନ୍ଦ ବାରିକ, ସାଂସ୍କୃତିକ ସମ୍ପାଦକ ଅମରେନ୍ଦ୍ର ବାଗ ଓ କାର୍ଯ୍ୟକାରୀ ସଦସ୍ୟ ଶିବାଶିଷ ନାଗ , ମୁରଲୀ ବାରିକ, ଖଗପତି ବେହେରା , ରମେଶ ତାଣ୍ଡି , ପ୍ରତାପ ନାଗ , ଶ୍ୟାସୁନ୍ଦର ଗୁରୁ ,ସୁଚନ୍ଦ୍ର ପନିକା ସହ ସମସ୍ତ ସଦସ୍ୟ ଓ ପଦାଧିକାରୀ ଉପସ୍ଥିତ ଥିଲେ ।

Exit mobile version