୨୧ରେ ସୈନିକସ୍କୁଲ – ଓ.ଏମ୍‍.ସି ମିନି ମାରାଥନ ଏବଂ ୨୮ ରେ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସୈନିକସ୍କୁଲ ଅଧ୍ୟକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ସୈନିକ ସ୍କୁଲ ଏବଂ ଓ.ଏମ୍‍.ସି. ର ମିଳିତ ଉଦ୍ୟମରେ ଏହାର ୯ତମ ମିନି ମାରାଥନ ଚଳିତ ମାସ ୨୧ ତାରିଖ ସକାଳ ୬.୦୦ ଘଟିକା ବେଳେ ସ୍କୁଲର ଗାନ୍ଧି ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ । ଏହି ଦୌଡ଼ ପ୍ରତିଯୋଗିତାରେ ସ୍କୁଲର ୬୦୦ କ୍ୟାଡେଟ୍‍, ୨୦୦ ପୁରାତନ ଛାତ୍ର ଏବଂ ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲରୁ ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛତ୍ରୀଙ୍କୁ ମିଶାଇ ସର୍ବମୋଟ ୧୨୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ।

ତେଣୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସକାଳ ୫ଘ ୩୦ମି ସମୟରେ ସୈନିକସ୍କୁଲ ପରିସର ମଧ୍ୟରେ ଥିବା ମାନ୍ଧୀ ମିନି ଷ୍ଟାଡିୟମ ଠାରେ ପହଞ୍ôଚବା ପାଇଁ ଅନୁରୋଧ କରାଯାଇଛି । ଏଠାରୁ ସିନିଅର୍‍ ପ୍ରତିଯୋଗୀ ମାନେ ନିଜର ଦୌଡ଼ ଆରମ୍ଭ କରି ସ୍କୁଲର ମୁଖ୍ୟ ଗେଟ୍‍, ମଞ୍ଚେଶ୍ୱର ବଜାର ରାସ୍ତା, ରେଳ କଲୋନୀ ରାସ୍ତା, ଓମ୍‍ଫେଡ୍‍ ଛକ, ନାଲକୋ-କଳିଙ୍ଗହସପିଟାଲ୍‍ ଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଛକ, ଆପୋଲ ହସପିଟାଲ, ସୈନିକ ସ୍କୁଲ ଛକଦେଇ ୧୦ କି.ମି ପଥ ଅତିକ୍ରମ କରି ଶେଷରେ ଆରମ୍ଭ ହୋଇଥିବା ଗାନ୍ଧୀଷ୍ଟାଡିୟମ ଠାରେ ପହଞ୍ôଚବେ ।

ଦୌଡର ଜୂନିୟର ବିଭାଗରେ ପ୍ରତିଯୋଗୀ ମାନେ ସୈନିକସ୍କୁଲ ରୁ ବାହାରି ମଞ୍ଚେଶ୍ୱର ରାସ୍ତା, ଓମଫେଡ୍‍ ଛକ, ନାଲକୋ-କଳିଙ୍ଗ ହସପିଟାଲ୍‍ ଛକ, ଗଜପତି ନଗର ରାସ୍ତାଦେଇ ସୈନିକ ସ୍କୁଲ ଗାନ୍ଧୀ ଷ୍ଟାଡିୟମ ଠାରେ ପହଞ୍ôଚବେ । ଉକ୍ତ ଦୌଡ଼ ପ୍ରତିଯୋଗିତାକୁ କର୍ଣ୍ଣଲ୍‍ ରୋହିତ ସିଂହ, ସେନା ମେଡାଲ୍‍, କମାଣ୍ଡିଙ୍ଗ ଅଫିସର, ୧୨୦ ଟି.ଏ ବାଟାଲିୟନ୍‍, ଭୁବନେଶ୍ୱର ମୁଖ୍ୟ ଅତିଥିଭାବେ, ସୈନିକସ୍କୁଲ ଅଧ୍ୟକ୍ଷ କର୍ଣ୍ଣଲ ପଙ୍କଜ କୁମାର, ସୈନିକସ୍କୁଲ ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀ ମଧୁସୂଦନ ପାଢ଼ୀ ଓ ସ୍କୁଲର ବରିଷ୍ଠ ପୁରାତନ ଛାତ୍ର ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିବେ । ପ୍ରତିଯୋଗୀତା ର ଶେଷରେ ମୁଖ୍ୟ ଅତିଥି କର୍ଣ୍ଣଲ ସିଂହ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବେ ।

Exit mobile version