Home ଓଡ଼ିଶା ଶ୍ରୀମନ୍ଦିରରେ ପହିଲି ଭୋଗ ଓ ଧନୁ ସଂକ୍ରାନ୍ତି by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମଙ୍ଗଳବାର ପୌଷ ମାସ ପ୍ରଥମ ଦିନରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଏକମାସ ଧରି ଦେବୀ ମହାଲକ୍ଷ୍ମୀ ବାପ ଘରକୁ ଯିବା ପରେ ମା ଯଶୋଦା ସକାଳୁ ଏହି ପହିଲି ଭୋଗ ପ୍ରସ୍ତୁତ କରିବା ବିଶ୍ବାସ ରହିଛି । ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ସୂର୍ଯ୍ଯ ଧନୁ ରାଶିକୁ ଚଳନ କରିବେ । ଆଜି ଧନୁ ମୁଆଁ ମଧ୍ଯ ମହାପ୍ରଭୁଙ୍କୁ ଲାଗି କରାଯାଇଛି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ । ପହିଲି ଭୋଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖରେ ୩୨ ପ୍ରକାରର ପିଠା ଓ ଧନୁ ମୁଆଁ ଲାଗି ହେବ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡିରୁ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତୀ, ଅବକାଶ ହୁଏ । ଏହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ପରେ ଭିତର ବାହାର ଶୋଧ ହୋଇ ଅଣସର ପିଣ୍ଡିଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇ ଥାଏ । ଏହାପରେ ଅମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ । ପହିଲି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ମଧ୍ଯରେ ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି ପିଠା ଲାଗି ହେବ । ପହିଲି ଭୋଗ ଆରମ୍ଭ ହେବାରୁ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content SDI Bhubaneswar @5 – Celebrating Five Years of the Permanent Campus by Proprietor Abhimanyu Maharana August 21, 2026 ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ by Proprietor Abhimanyu Maharana August 21, 2026 କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ by Proprietor Abhimanyu Maharana August 21, 2026 ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର by Proprietor Abhimanyu Maharana August 21, 2026 ଵ୍ରୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କଲେ - ଦେବୀ ପ୍ରସାଦ ମିଶ୍ର by Proprietor Abhimanyu Maharana August 21, 2026