Home ଓଡ଼ିଶା ହରେକୃଷ୍ଣପୁର – ଷ୍ଟର୍ଲିନ ଜାତୀୟ ରାଜପଥରେ ୫ ହଜାର ଭୂତଗଛ ରକ୍ଷଣାବେକ୍ଷଣ ନାମରେ କୋଟି କୋଟି ଟଙ୍କା ଚଳୁ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ପାଲଟିଛି ପ୍ରଗତିର ପ୍ରୟୋଗ ଶାଳା । ଅନେକ ଯୋଜନା କରାଯାଉଛି । ଗୋଟିଏ ଯୋଜନା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ମୁଣ୍ଡ ଟେକି ପାରୁନାହାନ୍ତି । ଜାତୀୟ ରାଜପଥ ରକ୍ଷଣାବେକ୍ଷଣା ନାମରେ କୋଟି କୋଟି ଟଙ୍କା ଚଳୁ କରାଯାଉଛି ବୋଲି ଆମ ଆଦମୀ ପାର୍ଟି (ଆପ)ର ପୁରୀ ଜିଲ୍ଲା ସଭାପତି ସଞ୍ଜିବ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ବିସ୍ଫୋରକ ତଥ୍ଯ ପ୍ରଦାନ କରିଛନ୍ତି । ହରେକୃଷ୍ଣପୁର – ମଙ୍ଗଳାଘାଟ – ଷ୍ଟର୍ଲିନ ଛକ ପ୍ରାୟ ୧୧ କିଲୋମିଟର ରାସ୍ତାରେ ୫ ହଜାର ଭୂତ ଗଛ ନାମରେ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ କରିଛନ୍ତି । ନିର୍ମାଣ ଓ ମରାମତି ପାଇଁ ମାର୍ଚ୍ଚ ୨୦୨୫ରେ ଇ ଟେଣ୍ଡର କରାଯାଇଥିଲା । ଯାହାର ମୂଲ୍ଯ ୨କୋଟି ୬୧ ଲକ୍ଷ ଥିଲା । ଏହି କାମକୁ ୪୨ ପ୍ରତିଶତ କମାଇ ୧ କୋଟି ୫୦ ଲକ୍ଷ ୫୯ ହଜାର ଟଙ୍କାରେ ଅଭିସ୍ପା କନଷ୍ଟ୍ରକସନକୁ ଟେଣ୍ଡର ନେଇଥିଲା । ପୁଣି ସେହି କାମକୁ ସେପ୍ଟେମ୍ବର ମାସରେ ୧୧ କୋଟି ୨୧ ଲକ୍ଷ ୪୧ ହଜାର ଟଙ୍କାର ଟେଣ୍ଡରକୁ ୩୫ ପ୍ରତିଶତ କମ କରି ୭ କୋଟି ୨୮ ଲକ୍ଷ ୫୧ ହଜାର ଟଙ୍କାରେ କିପରି ଟେଣ୍ଡର ପାଇଲା ତାକୁ ନେଇ ଆପ ସନ୍ଦେହ ପ୍ରକାଶ କରିଛି । ଯଦି ସେହି କମ୍ପାନୀ କିଭଳି କାମ କରିଥିଲା ତାହା ପୁଣି ୬ ମାସରେ ଉଠିଗଲା ପୁଣି ଟେଣ୍ଡର ହେଲା କିପରି ତାକୁ ନେଇ କାମରେ ରାଧେ ରାଧେ -ଅଧେ ଅଧେ ନ୍ଯାୟରେ ଜନତାଙ୍କୁ ନଜଣାଇ କୌଣସି ଠାରେ ବୋର୍ଡ କିମ୍ବା କ୍ଯୁଆର କୋଡ ନମାରି କାର୍ଯ୍ୟକଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୁରୀର ଏହିପରି ଅନେକ କାର୍ଯ୍ଯ ଜନତା ନଜାଣି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ଠିକାଦାର, ପେଟି ଠିକାଦାର, ଯନ୍ତ୍ରୀ ମିଶି ହରିଲୁଟ କରିଥିବା ଆପ ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତିଙ୍କ ସମେତ ସମ୍ପାଦକ ସତ୍ଯଜିତ ମହାନ୍ତି, ମିଡିଆ ସଂଯୋଜକ ଅନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content SDI Bhubaneswar @5 – Celebrating Five Years of the Permanent Campus by Proprietor Abhimanyu Maharana August 21, 2026 ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ by Proprietor Abhimanyu Maharana August 21, 2026 କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ by Proprietor Abhimanyu Maharana August 21, 2026 ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର by Proprietor Abhimanyu Maharana August 21, 2026 ଵ୍ରୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କଲେ - ଦେବୀ ପ୍ରସାଦ ମିଶ୍ର by Proprietor Abhimanyu Maharana August 21, 2026