ରାଜ୍ୟସ୍ତରୀୟ ଜାନକୀ ପାଢ଼ୀ ମୋମୋରିଆଲ ଫୁଟୁବଲ ଟୁର୍ଣ୍ଣାମେଣ୍ଟ – କେରଙ୍ଗ ବିଜୟୀ

ବୋଲଗଡ଼  (ଓଡ଼ିଶା ତାଜା ନ୍ୟୁଜ୍) :- ବୋଲଗଡ଼ ମହୋତ୍ସବର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଜାନକୀବଲ୍ଳଭ ପାଢ଼ୀଙ୍କ ସ୍ମୃତି ଉଦେଶ୍ୟରେ ବୋଲଗଡ଼ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ଓ ଫ୍ରେଣ୍ଡସ କ୍ଳବ ସମ୍ପାଦକ ଭଞ୍ଜକିଶୋର ଯତିଙ୍କ ଆବାହକତ୍ୱରେ ୨୫ତମ ଜାନକୀ ପାଢ଼ୀ ମୋମୋରିଆଲ ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିବସ ମଙ୍ଗଳ ବାରଦିନ ବୋଲଗଡ଼ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଅଛି !

ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବ୍ଲକ ସହକାରୀ ଯନ୍ତ୍ରୀ ଅମୁଲ୍ୟ କୁମାର ବାହିନୀପତି ଓ ସଂମ୍ମାନିତ ଅତିଥିଭାବେ ବିଜେପି ଯୁବ ସଂଗଠକ ତଥା ସମାଜସେବୀ ବାସୁଦେବ ସାହୁ, ଐତିହାସିକ ରବୀନ୍ଦ୍ର କୁମାର ପରିଡା ଓ ବୋଲଗଡ଼ ଫ୍ରେଣ୍ଡସ କ୍ଳବ ସଭ୍ୟ ଭାଗିରଥି ବେହେରା ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି ଫୁଟୁବଲ ଟୁର୍ଣ୍ଣାମେଣ୍ଟ କେରଙ୍ଗ ଅହମଦିଆ ଅlର୍ଥଲେଟିକ ଦଳ ସହିତ ବୋଲଗଡ଼ ଫ୍ରେଣ୍ଡସ କ୍ଳବ ମଧ୍ୟରେ ଚିତାକର୍ଷକ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା !

ଉଭୟ ଖେଳାଳିଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ଚିତାକର୍ଷକ ଖେଳ ଦର୍ଶକମାନଙ୍କର ମନମହିଥିଲା ! ପରେ ଟ୍ରାଏ ବେକର ମାଧ୍ୟମରେ କେରଙ୍ଗ ଅହମଦିଆ ଅlର୍ଥଲେଟିକ ଦଳ ବୋଲଗଡ଼ ଫ୍ରେଣ୍ଡସ କ୍ଳବକୁ ୪-୩ଗୋଲ ଦେଇ ବିଜୟୀ ହୋଇଅଛି ! ଏହି ୪ର୍ଥ ଦିବସ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ମ୍ୟାଚକୁ ରେଫରୀ ଭାବେ ମିର୍ଜା ସିରାଜଉଦ୍ଦିନ ବେଗ ,ସହକାରୀ ରେଫରୀ ଭାବେ ଲଷ୍ମୀଧର ଚୌଧୁରୀ ଓ ବୈକୁଣ୍ଠ ମହାପାତ୍ର ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ !

ଆସନ୍ତାକାଲି ପ୍ରଥମ ସେମି ଫାଇନାଲ ଫୁଟୁବଲ ମ୍ୟାଚ ବାଇଗୁଣିଆ କ୍ଳବ ସହିତ ଖୋର୍ଦ୍ଧା ପାଇକି ତିଗିରିଆ ଫୁଟୁବଲ ଦଳ ମଧ୍ୟ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଭଞ୍ଜକିଶୋର ଯତି ଗଣମାଧ୍ୟ୍ୟମକୁ ସୂଚନା ଦେଇଅ ଛନ୍ତି !ଏହି ଫୁଟୁବଲ ଲିଗ ମ୍ୟାଚକୁ ବୋଲଗଡ଼ ଫ୍ରେଣ୍ଡସ କ୍ଳବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ !

Exit mobile version