ଜିରାଙ୍ଗ ବୌଦ୍ଧ ମନ୍ଦିର ଦର୍ଶନ କଲେ ମନ୍ତ୍ରୀ ଓ 10 ଜଣ ବିଧାୟକ

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ବୌଦ୍ଧ ମନ୍ଦିର ଦର୍ଶନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ 10 ଜଣ ବିଧାୟକ l ଅପରାହ୍ନ 3 ଟାରେ ଐତିହାସିକ ମହେନ୍ଦ୍ରଗିରି ରୁ ଆସି ମାନ୍ତ୍ରୀଙ୍କ ସହ 10 ଜଣ ବିଧାୟକ ମନ୍ଦିରରେ ପହଞ୍ଚି ଥିଲେ l

ସେଠାରେ ପ୍ରଶାସନ, ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଓ ସ୍ଥାନୀୟ ବିଜେପି ନେତା ସ୍ୱାଗତ କରିଥିଲେ l ଏହାପରେ ବୌଦ୍ଧ ମନ୍ଦିର ଦର୍ଶନ କରିବା ସହ ବୁଲି ଦେଖିଥିଲେ l ମନ୍ଦିର ର କାରୁକାର୍ଯ୍ୟ, ତିବତୀୟ ସଂସ୍କୃତି କୁ ଅତି ନିକଟରୁ ଦେଖି ଖୁସି ଅନୁଭବ କରିଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ l

ଗଜପତି ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ ଜିଲ୍ଲା ଅଟେ  l  ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ତିବତୀୟ ସଂସ୍କୃତି ଅତ୍ୟନ୍ତ ମନୋରମ l ବୌଦ୍ଧ ମନ୍ଦିର ର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଓ ବିଧାୟକ କହିଛନ୍ତି l

Exit mobile version