ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରଶାନ୍ତ ମହାପାତ୍ର ଥିଲେ ଜଣେ ସ୍ୱାଭିମାନୀ ନେତା । ଜଣେ ସଚ୍ଚୋଟ, କର୍ମଠ ଯୁବ ନେତା ଭାବେ ପରିଚିତ । ପୁରୁଣା ଭୁବନେଶ୍ୱରର ଏହି ଯୁୁବ ନେତା ପ୍ରଶାନ୍ତ ମହାପାତ୍ର ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅତି ନିକଟତରଥିଲେ । ବିଜୁବାବୁ ଯେଉଁ ସମୟରେ ଯେଉଁ ଦାୟିତ୍ୱ ଦେଉଥିଲେ ସେ ତାହାକୁ ସଠିକ୍ ଭାବେ ର୍ନିବାହ କରୁଥିଲେ । ସେ କେବେ ହେଲେ ନିଜ ସ୍ୱାର୍ଥପ୍ରତି ଧ୍ୟାନ ଦେଉ ନ ଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।

