Home ଓଡ଼ିଶା ସୁମନ ପକ୍ଷରୁ ସୁରକ୍ଷିତ ମାତୃତ୍ଵ ଆଶ୍ୱାସନା ତାଲିମ ଶିବିର by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ନିମାପଡା (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ଅନ୍ତର୍ଗତ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ସୁମନ ସ୍ଵଚ୍ଛାସେବୀ ଅନୁଷ୍ଠାନ ଓ ଶ୍ରୀ ଅରବିନ୍ଦ ସଙ୍ଗଠନ ପୁରୀର ମିଳିତ ଆନୁକୁଲ୍ୟରେ ସୁରକ୍ଷିତ ମାତୃତ୍ୱ ଆଶ୍ଵାସନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ ଶିବିରରେ ନିମାପଡା ସ୍ବାସ୍ଥ୍ୟ କେନ୍ଦ୍ରର superintend ଡାକ୍ତର ପ୍ରଶାନ୍ତ କୁମାର ସାମନ୍ତରାୟ, ଅବସରପ୍ରାପ୍ତ ଡାକ୍ତର ଶ୍ୟାମା କାନୁନଗୋ, ବ୍ଲକ ପ୍ରକଳ୍ପ ଅଧିକାରୀ ଶିବ ନାରାୟଣ ନନ୍ଦ, ପ୍ରମୁଖ ତାଲିମ ଦାତାମାନେ ଯୋଗ ଦେଇ ମାତ୍ରୁ ଓ ଶିଶୁ ମୃତ୍ୟୁହାର କିପରି ହ୍ରାସ କରିବା, ସୁରକ୍ଷିତ ମାତୃତ୍ୱ ଯୋଗାଇବା, ଗର୍ଭ ଧାରଣ ଠାରୁ ଆରମ୍ଭ କରି ଡେଲିଭରି ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମାଗଣା ସରକାରୀ ସହାୟତା ପ୍ରଦାନ, ସମସ୍ତ ବାଳକ, ବାଳିକାଙ୍କ ପାଇଁ ଲୌହ ଅଭାବ ଜନିତ ତଥା ଅନ୍ୟାନ୍ୟ ପୃଷ୍ଟିକର ଅଭାବ ଜନିତ ରୋଗରୁ କିପରି ମୁକ୍ତି କରାଇବା ଏଵଂ ଆଧ୍ୟାତ୍ମିକ ଚେତନା ବାଣୀ ଶୁଣାଇବା ଦ୍ଵାରା କିପରି ରୋଗ ମୁକ୍ତ ହୋଇ ପାରିବ ବୋଲି ସେ ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ୍ ଶିବିର କାର୍ଯ୍ୟକ୍ରମରେ ୩୪ ଟି ଉପକେନ୍ଦ୍ରର ସୁମନ ସ୍ୱୋଛାସେବି ମହିଳାମାନେ ଯୋଗ ଦେଇ ତାଲିମ୍ ନେଇଥିଲା ବେଳେ ଏଥିରେ ପାଠ ଚକ୍ରର ବହୁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ ସଙ୍ଗଠନ ତରଫରୁ ମଣ୍ଡଳ ସଂଯୋଜଗ ସୁକାନ୍ତ କୁମାର ଜେନା, ଜିଲ୍ଲା ସଂଜୋଜଗ ସୁଦର୍ଶନ ଦୀକ୍ଷିତ, ପୁରୀ ଜିଲ୍ଲା ସୁମନ ସୋଛାସେବୀ ଶ୍ରୀମତୀ କୌଶଲ୍ୟା ଭୋଇ, ନିଷ୍ଠା ଜୋନର ସୁମନ ସୋଛାସେବି ଶ୍ରୀଧର ବେହେରା, ମଣ୍ଡଳ ସଂଗଠକ ବିଶ୍ୱୋମ୍ୱର ସାହୁ, ମଣ୍ଡଳ ସଂଯୋଜଗ ସୁଧାରାଣୀ ପ୍ରଧାନ, ବନଜା ସ୍ଵାଇଁ, ପ୍ରଭାସିନୀ ସ୍ଵାଇଁ, ବିପିନ ବିହାରୀ ଦାସ ପ୍ରମୁଖ ପରିଚାଳନାର ସହଯୋଗ କରିଥିଲାବେଳେ ଶେଷରେ ନିଷ୍ଠା ଜୋନର ଶ୍ରୀଧର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026