Home ଓଡ଼ିଶା “ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା” ରାମକୃଷ୍ଣ ମିଶନ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- “ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା” ରାମକୃଷ୍ଣ ମିଶନ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ତରଫରୁ “ପରିବେଶ ସୁରକ୍ଷା ଓ ଜୀବନ ସୁରକ୍ଷା” ଏକ ଆଲୋଚନାଚକ୍ରରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ଏହାକୁ ଏକ ଆହ୍ଵାନ ଭାବେ ନିଆଯାଇଛି । ଅନେକ ଅତିଥି ବୃନ୍ଦ ମତ ନିଜ ନିଜର ମତ ରଖିଥିବା ବେଳେ ମୁଖ୍ୟ ଅତିଥି ଏମ୍ସ ଅଧିକ୍ଷକ ପ୍ରଫେସର ଡକ୍ଟର ଦିଲୀପ କୁମାର ପରିଡ଼ା କହିଲେ ପ୍ରକୃତି ତା ବାଟରେ ଚାଲିଛି ଆମେ ତାକୁ ରୋକିବା ପାଇଁ ସବୁବେଳେ ଚେଷ୍ଟା କରୁଛୁ । ଜଙ୍ଗଲରେ ବାଘ ସିଏ ଯେତେବେଳେ ନିଜର ଗତିପଥ ରେ ଚାଲିଛି ଆମେ ତା’ର ଫଟୋ ଉଠାଇବା ସହିତ ତାକୁ ଶୀକାର କରି ତା’ର ବଂଶ ଲୋପ କରୁଛନ୍ତି । ସେହିଭଳି ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ବୃକ୍ଷଲତା ଓ ଜୀବଜନ୍ତୁ ବିଲୋପ ହେଉଛନ୍ତି । ଭୁବନେଶ୍ୱରରେ ମୋ’ର ଜନ୍ମ ପଢ଼ିବା ବଢ଼ିବା ସବୁ ହୋଇଛି ସେବେର ଭୁବନେଶ୍ଵର ଏବେର ଭୁବନେଶ୍ଵର ମଧ୍ୟରେ ଫରକ୍ ଦେଖୁଛି ଜଙ୍ଗଲ ନଷ୍ଟ ହୋଇଛି ସହରରେ ଆବର୍ଜନା ବଢ଼ିଛି । ଗଛ ଲଗାଇବା ପାଇଁ କେହି ଜାଗାଟିଏ ରଖିନାହାନ୍ତି । ମୁଖ୍ୟବକ୍ତା ପୂର୍ବତନ କୁଳପତି ଡଃ କୁମର ବର ଦାସ କହିଲେ ଯିଏ ମାଟିର ନୁହେଁ ସିଏ ଆକାଶର ନୁହେଁ । ଯିଏ ମା’ର ନୁହେଁ ସିଏ ପ୍ରେମିକାର ନୁହେଁ । ଆଇଏମ୍ଏମଟିରୁ ଆସିଥିବା ବୈଜ୍ଞାନିକ ମନୀଷ କୁମାର କହିଲେ ବିଜ୍ଞାନ କିଛି ଚମତ୍କାରିତା ନୁହଁ ଏହା ଏକ ଆଚରଣ ସମସ୍ତେ ଜଣେ ଜଣେ ବୈଜ୍ଞାନିକ ସମସ୍ୟାର ସମାଧାନ ହେଉଛି ବିଜ୍ଞାନ । ଆବର୍ଜନା ବାହାରିବ, ଜଳ ଦୁଷିତ ହେବ ମାତ୍ର ତାକୁ ପୁଣି ରିସାଇକେଲ କରି କାମରେ ଲଗାଇଲେ ପରିବେଶ ପୁଣି ସୁସ୍ଥ ରହିବ । ବରିଷ୍ଠ ସାମ୍ବାଦିକ ସ୍ଵରୂପ ଦାସ କହିଲେ ପରିବେଶ ସୁରକ୍ଷା ପାଇଁ ଅବା ଆମର ସୁରକ୍ଷା ପାଇଁ ଆମକୁ ପ୍ରକୃତିକୁ ସୁରକ୍ଷା ଦେବାକୁ ପଡ଼ିବ । ଆମେ ଗଛ ଲଗାଇ ତାକୁ ସୁରକ୍ଷା ଦେଲେ ସିଏ ଆମକୁ ଅମ୍ଳଜାନ ଦେବ ଯାହା ଫଳରେ ଆମ ଜୀବନ ରକ୍ଷା ହେବ। ପରିବେଶ ପ୍ରଦୂଷଣର ମୂଳ କାରଣ ଜନସଂଖ୍ୟା ବୃଦ୍ଧି। ତା’ର ନିୟନ୍ତ୍ରଣ ପାଇଁ ଆମେ ଆଜି ଠାରୁ ଆହ୍ଵାନ ଭାବେ ଗ୍ରହଣ କରିବା । ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା ବିଷୟରେ ବକ୍ତୃତା ପ୍ରତିଯୋଗିତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା ସେଥିରେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସମାଜସେବୀ, ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସବା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content କଣ୍ଟାବାଞ୍ଜି ପ୍ରେସ୍ କ୍ଲବର ଷଷ୍ଠ ବାର୍ଷିକୀ ଧୂମଧାମରେ ପାଳିତ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ମହିଳା କଲେଜରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ଶିବିର ଉଦ୍ଘାଟିତ by Proprietor Abhimanyu Maharana August 21, 2026 SDI Bhubaneswar @5 – Celebrating Five Years of the Permanent Campus by Proprietor Abhimanyu Maharana August 21, 2026 ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ by Proprietor Abhimanyu Maharana August 21, 2026 କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ by Proprietor Abhimanyu Maharana August 21, 2026 ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର by Proprietor Abhimanyu Maharana August 21, 2026